STORYMIRROR

Dr Baman Chandra Dixit

Abstract

4  

Dr Baman Chandra Dixit

Abstract

ଝରଖା କବାଟ ଫାଙ୍କ

ଝରଖା କବାଟ ଫାଙ୍କ

1 min
21


ଝରକା କବାଟ ଫାଙ୍କ
ଫଟା ପଟା ଖଣ୍ଡେ ଭଙ୍ଗାକାଚ,
ପରଦା ସେପଟ ନଜର ଖୋଜୁଛି
ପବନର ହସ୍ତକ୍ଷେପ।। 

ଦରଜା ଖୋଲିଲେ ପବନ ଚହଲେ
ପରଦା ଯାଏ ଦୋହଲି
ଆଖି ଆସେ ଘୁଞ୍ଚି ପାଦ ଚାପିଚାପି
ସନ୍ଦେହ ପସରା ମେଲି,
ସେନେହ ଶରଧା ଲାଗେ ଅଧାଅଧା
ଛଳନା ର ମାୟାଲୋକ।।

ମଉଳିଲା ଫୁଲ ଡେମ୍ଫ କି କରିବ
ନପାରିବ କେବେ ଧରି
ସମ୍ପର୍କର ଡୋରୀ ଛିଡ଼ିଗଲା ପରେ
ନିରବରେ ଯିବ ଝରି
କିଏ ବା କାହିଁକି ଶୁଣିବ କେମିତି
ବେସୁରା ବାଆଁରା ଗୀତ।।

ଗଣ୍ଠି ବାନ୍ଧିଦେଲେ ଯୋଡିଯିବ ଭାବି
ଯତେ କରୁଛି ଯତନ
ବାରମ୍ବାର ଆଖି ପରଖି ଦେଖୁଛି
ଇଏ କି ଭାବବନ୍ଧନ
ମୁଠେଇ ଧରିଛି ଭାବିଥିଲି ଯାହା
ଖୋଲିଦେଲେ ଖାଲିହାତ।।

ବିଶ୍ୱାସ ତୁଟିଲେ ଆପଣା ବି ପର
ପ୍ରତ୍ୟୟେ ପର ବି ପ୍ରିୟ
ଝରିଗଲା ପାଣି ଶୋଷ ବି ଶୋଷିଲା
ଫଟା କାଳସୀର କୋହ
ଟିପ ଟିପି ଚାପି ଧରିଛି ତଥାପି
ମେଣ୍ଟିଯିବା ଯାଏ ଶୋଷ।।

ଖୋଲିଦେଲି ଯେବେ ଝରଖା କବାଟ
ପବନ ହେଲାନି ଥୟ
ଅପସରି ଗଲା ଚିହ୍ନା ଦୁଇ ଆଖି
ଜଣାଶୁଣା କାହା ମୁହଁ
ଫେରିଆସ ବୋଲି କହିପାରିଲିନି
ରହିଗଲା ଅନୁତାପ।।
***********************










ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract