STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଅଣାକ୍ଷର

ଅଣାକ୍ଷର

1 min
15


ନାହିଁ ରୂପ ରଙ୍ଗ ସେହୁ ନିରାକାର 

ଦେଖିନି କେହୁ ନେତ୍ରରେ

ନ ଥିଲା ବ୍ରହ୍ମାଣ୍ଡ ଚନ୍ଦ୍ର ସୂର୍ଯ୍ୟ ତାରା

କେହୁତ ଥିଲା କାଳରେ।

ଜଳମଗ୍ନ ଚରାଚର

କିବା ଅନ୍ଧକାର ଶୁନ୍ୟର ଆକାର

କି ପରି ଥିଲା ସଂସାର !!


ଥିଲା କେହୁ ଜଣେ କଲା କଳେବର

ଖୋଜି ପାଇଲେନି ତାର

ନିରକାର ସେହୁ ସେ ଶକ୍ତି ଅଦୃଶ୍ୟ 

ସୃଷ୍ଟିକର୍ତ୍ତା ରଚନାର

ନିରାକର ଅଣାକ୍ଷର

ରୂପ ଦେଇ ଛନ୍ତି ଋଷି ମନୁ ଜ୍ଞାନୀ

ଅରୂପା କଲେ ଆକର !!


ଅଣାକାର ବ୍ରହ୍ମ ହେଲା କଳ୍ପନାର

ରୂପ ବ୍ରହ୍ମ ବ୍ରହ୍ମାଣ୍ଡର

ଦେଖି ନାହିଁ ଜଣେ ବ୍ରହ୍ମ ଅଣାକ୍ଷର

ଖୋଜେ ଜ୍ଞାନୀ ନିରନ୍ତର।

ନାହିଁ ରୂପ ରଙ୍ଗ ତାର

ଅଟନ୍ତି ସେ ଶକ୍ତି ବ୍ରହ୍ମାଣ୍ଡ ଈଶ୍ୱର

ସୃଷ୍ଟିକର୍ତ୍ତା ଅଣାକ୍ଷର !!


ଅଣାକାର ରୂପେ ପ୍ରଭୁ ବିଦ୍ୟମାନ 

ବୁଝିବ କିଏ ସେ ମାୟା

କରି ଯେ କରାଏ ଅଦୃଶ୍ୟ ଆକର

ପଡେ ନି ତାର ନଜର।                  

ସେହୁତ ହେ ନିରାକର

ଭୋଜି ଭୋଜି ତାକୁ ଜାଣି ନ ପାରିଲେ  

ତପସ୍ବୀ ଓ ଜ୍ଞାନୀ ତାର !!     


ମୁହିଁତ ଅଜ୍ଞାନୀ ଜ୍ଞାନ ନାହିଁ ମୋର

ବର୍ଣ୍ଣିଲି ଟି ଅଣାକ୍ଷର

ଅଦୃଶ୍ୟ ଅରୂପ ପ୍ରଭୁ ନିରଞ୍ଜନ

ଭୋଜୁ ଥାଉ ଏ ଅନ୍ତର।

ଦୀନବନ୍ଧୁ କୃପା କର

ନିର୍ମିତ ତୋହର ମନୁଷ୍ୟ ଜୀବନ

ଭବ ସିନ୍ଧୁ ପାରି କର !!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract