ଜୀବେ ଦୟା
ଜୀବେ ଦୟା
ଜୀବେ ଦୟା ମନୋଭାବ ରଖ ନର
ଏ ଭବରୁ ତରି ଯିବ
ଜୀବଙ୍କୁ ଯନ୍ତ୍ରଣା ଦେଇ ଯେ ମାରିବ
ନରକ ଭୋଗିବା ହେବ ।
ସକଳ ଘଟରେ ପ୍ରଭୁ ନାରାୟଣ
ରହି ଦେଖୁଛନ୍ତି ସର୍ବ
ସହିବେ ନାହିଁ ସେ ଅନ୍ୟାୟ ଅଧର୍ମ
ଖର୍ବ କରି ଦେବେ ଗର୍ବ ।
ନିଜ ଦେହେ ଟିକେ ଆଘାତ ଲାଗିଲେ
କେତେ କଷ୍ଟ ହୁଏ ଭାବ
ଜୀବଙ୍କ ଦେହରେ ସେମିତି ଜୀବନ
ତାଙ୍କୁ କି କଷ୍ଟ ନ ହେବ ?
ଧର୍ମ ପୁଣ୍ୟ ମାସେ ଆମିଷ ଛାଡିବ
ଛାଡ ଖାଇକୁ ପାଳିବ
ଜିଭର ଲାଳସା ମେଣ୍ଟାଇବା ପାଇଁ
ଜୀବଙ୍କୁ ମାରି ଖାଇବ ।
ଏମିତିରେ ଧର୍ମ ହୁଏନା ପ୍ରାପତ
ସବୁ ପୁଣ୍ୟ ନଷ୍ଟ ହେବ
ଯୋଉ ଜୀବସବୁ ମରା ଯାଉ ଥିବ
ସବୁ ପୁଣ୍ୟ ସିଏ ନେବ ।
ଶ୍ରେଷ୍ଠ ଜୀବ ଆମେ ଏଇତ ମାନବ
ଟିକିଏ ଅକଲେ ଭାବ
ମରିବା ସମୟେ କେଉଁ ଅଭିଶାପ
ଆମକୁ ସେ ଦେଉ ଥିବ ।
ଆଶିଷ କାହାଠୁ ନ ମିଳିଲେ ନାହିଁ
ଅଭିଶାପ କାହିଁ ନେବ
ଘୋର ନରକର ଯନ୍ତ୍ରଣାରେ ପଡି
ଛଟ ପଟେ ମରୁ ଥିବ ।
ଜୀବ ପ୍ରତି କେହି ନ ହୋଇ ନିଷ୍ଠୁର
ଜୀବେ ଦୟା ରଖି ଥିବ
ଜୀବଟି ଆମର ପରମ ମିତ୍ରଟି
ତା ପାଇଁ ମୁକ୍ତି ପାଇବ ।
ଜୀବେ ଦୟା କଲେ ପ୍ରଭୁ ନାରାୟଣ
ଶୁଭ ଦୃଷ୍ଟି ରହିଥିବ
ପ୍ରଭୁକ ଆଶିଷ କରୁଣା ରହିଲେ
ଭବରୁ ଉଦ୍ଧାର ହେବ ।