STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଯାତ୍ରା

ଯାତ୍ରା

1 min
309


ଭାଗ୍ୟ ବଳୁ ହୁଏ ତୀର୍ଥ ଯାତ୍ରା ଭାଇ

ଥିଲା ଟି ଶୁଭେଚ୍ଛା ତାର,

ଜଗାଙ୍କ ଦର୍ଶନ କରିଲି ପୁରୀରେ

ବୃଦ୍ଧ ବୟସରେ ମୋର।


ଆନନ୍ଦଅପାର ଥିଲା ହୃଦୟରେ

କିପରି ବର୍ଣ୍ଣିବି ତାହା,

ଦର୍ଶନ ପାଇଁଟି ମନେ କୁତୁହଳ

କାଳିଆଦର୍ଶନେ ତାହା।


ଦାରୁବ୍ରହ୍ମ ପରା କୃଷ୍ଣ ରାମ ସେହୁ

ସେହୁ ଗୀତା ଭାଗବତ,

ଦର୍ଶନ କରିଲି ଶ୍ରୀଚରଣେ ତାଙ୍କ

ମନ ହେଲା ପ୍ରଫୁଲ୍ଲିତ।


ଛାଡ଼ି ଆସିବାକୁ ମନ ନଥିଲା ଟି

ଶ୍ରୀକ୍ଷେତ୍ରରୁ ଭାଇ ମୋତେ,

ଗୃହ ପରା ଏକ ଆଶ୍ରମ ଭାଇରେ

କର୍ତ୍ତବ୍ୟ ତହିଁରେ ନିତ୍ୟେ।


ଗୃହସ୍ତା ଶ୍ରମର କର୍ତ୍ତବ୍ୟ ଅପାର

ପୂର୍ଣ୍ଣ କରିବାକୁ ହେବ,

ବାଧ୍ୟହେଲି ମୁହିଁ ଛାଡ଼ିଆସିବାକୁ

ଭକ୍ତି ନିରନ୍ତରେ ଥିବ।


ଦେଖିଲି ସାଗର ଗର୍ଜନ ତାହାର

ଲୋଭ ମନେ ନାହିଁ କିଛି,

ଯାହାକିଛିପଡେ ଗର୍ଭରେତାହାର

ଫୋପାଡି ଦିଏ ଟି ବାଛି।


ନାହିଁ ସ୍ବାର୍ଥ କିଛି କଳିଙ୍ଗ ଶାଗରେ

ଜଗା ମନ୍ଦିରଟି କୁଳେ,

ଗର୍ଜନ ମନ୍ଦିରେ ନଶୁଭେ ତାହାର

ପ୍ରଭୁ ଭକ୍ତି ଥାଏ ମୁଳେ।


ନୀଳଚକ୍ର ଉଡେ ଫରଫର ହୋଇ

ଭକ୍ତିର ଦିଏ ସନ୍ଦେଶ,

ଦୂରରୁ ଦେଖିଣ ଭକ୍ତ ଧନ୍ୟ ହୁଏ

ଭକ୍ତିରେ ଭକ୍ତ ହରଷ। 


ସ୍ବର୍ଗ ଦ୍ବାରେ ଦେଖେ ଶବ ଜଳୁଅଛି

ଟାଣି ଘେନିଗଲା ତହିଁ,

ନଅ ଖଣ୍ଡ କାଠେ ପାଉଁଶ ହେଉଛି

ବିଚିତ୍ର ମହିମା ତହିଁ।


ସବୁତ ମିଳୁଛି ସ୍ବର୍ଗ ଦ୍ବାରେ ଯହିଁ

ନିଅନ୍ଟ କିଛି ହିଁ ନାହିଁ, 

ଅନ୍ନପୂର୍ଣ୍ଣା ଯହିଁ ବଡ଼ଦେଉଳରେ

ତାଙ୍କ କୃପାଅଛି ତହିଁ।


ଲକ୍ଷ୍ମୀ ରହିଛନ୍ତି ଅନ୍ୟ ଉଆସରେ

ଅନ୍ନପୂର୍ଣ୍ଣ ହୁଏ କ୍ଷେତ୍ର,

ଭାଇ ଭଉଣୀଙ୍କ ସଙ୍ଗରେ କାଳିଆ

ଦାରୁବ୍ରହ୍ମଙ୍କର କ୍ଷେତ୍ର।


ଭକ୍ତ ସମାଗମ୍ ଅହର୍ନିଶି ତହିଁ

ଭକ୍ତିର ଗୁଞ୍ଜନ ତହିଁ,

କିପରି ବର୍ଣ୍ଣିବି ନୀଳାପ୍ରଭୁଙ୍କର

ପଟାନ୍ତର ତାର କାହିଁ।


ତୀର୍ଥଯାତ୍ରା ଏହୁ କଲା ଟି ପବିତ୍ର

କାଳିଆ ଚରଣ ଛୁଇଁ,

କରିଲାଭୂଷିତ ସତ୍ୟତ୍ୟାଗଧର୍ମ

ଏହୁ ଜଗନ୍ନାଥ ଭୂଇଁ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract