STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ପରିବାର

ପରିବାର

1 min
445


କହିବା କାହାକୁ ପରିବାର

       ପରିବାରତ ଗୃହ ଆମର,

ଗାଁଆର ପଡୋଶୀ ପରିବାର

      ରାଷ୍ଟ୍ରର ଜନ ଭି ପରିବର।


ପତ୍ନୀ ପିତାମାତା ପରିବାରରେ

      ସନ୍ତାନ ଅଟନ୍ତି ଭି ସଙ୍ଗରେ,

କୁହାଯାଏ ଆଜି ପରିବାର

      ପରିବାର ଟି ଦୁଇ ପ୍ରକାର।


ପ୍ରଥମ ଏକାକୀ ପରିବାର

       ଦ୍ବିତୀୟ ମିଳିତ ପରିବାର,

ରକ୍ତ ସମ୍ବନ୍ଧର ଭି ଆଧାର,

      ହୁଏଟି ମଧ୍ୟ ସେ ପରିବାର।


ଜ୍ଞାନୀ ଜନ କୁହେ ପରିବାର

      ସାରବିଶ୍ବ ଅଟେ ପରିବାର,

ସନାତନୀ ମତେ ପରିବାର

     ମନୁଷ୍ୟ ମନୁଷ୍ୟେହିଁ ଆଦର।


ମନ୍ତ୍ର ସମଭାବ ପରିବାରେ

     ଆଦର ହୁଏ ସେ ସମାଜରେ,

ପିତୃମାତୃ ସେବା ପରିବିରେ

     ରଖିବାଟି ସେହୁ ନିରନ୍ତରେ।


ଶାସ୍ତ୍ରର ବଚନେ ପରିବାର

     ବିଶ୍ବର ଜନ ଭି ପରିବାର,

ମାନିବା ବିଶ୍ବକୁ ପରିବାର

    କାର୍ଯ୍ୟ କରିବା ଜନ ହୀତର।


ମନ୍ତ୍ର ଅହିଂସାର ଟି ଗୁଞ୍ଜିବ

    ସତ୍ୟ ଶ୍ରଦ୍ଧା ପ୍ରେମ ତହିଁ ଥିବ,

ତହିଁ ସମଭାବ ପ୍ରୀତି ଥିବ,

     ଜନସେବା କର୍ମ ହେଉଥିବ।


ନିଜ ରାଷ୍ଟ୍ରେ ପ୍ରତି ଭକ୍ତି ଥିବ

    ଗୌରବେ ରାଷ୍ଟ୍ରର ଖୁସି ହେବ,

କର୍ମ ଜ୍ଞାନୀ ହୃଦେ ଧରି ଥିବ

    ପରିବାର ସଦା ବଢୁ ଥିବ।


ସିଂହା ଅହଙ୍କାର ନରଖିବ

    ସତ୍ୟ ପଥେ ସଦା ଚଳୁଥିବ,

ପରକୁ ନିଜ ଭାବୁ ଥିବ

     ଆତ୍ମନିର୍ଭରର ମନ୍ତ୍ର ଥିବ।


ଜାଗ୍ରତ ବିଶ୍ୱାସ ପରିବାରରେ

    ବିଶ୍ୱାସ ସେ ଆଣିବ କର୍ମରେ,

ଧର୍ମେ ଥିବ ମନ ନିରନ୍ତର

     ରଖିଵ ଭକ୍ତି ସଦା ରାଷ୍ଟ୍ରର।


କହିବା ପରିବାର ଏହକୁରେ

      ଭାରତର ଅମୃତ କାଳରେ,

ହେବ ଟି ବିଶ୍ବଗୁରୁ ରାଷ୍ଟ୍ରରେ

     ନୂଆଭାରତର ଏ ଯାତ୍ରାରେ।


ସନାତନୀ ସଂସ୍କୃତି ଗୁଞ୍ଜିବ,

     ପରିବାରଟି ସଂସ୍କାରୀ ହେବ,

ଜଗନ୍ନାଥଙ୍କ ଭକ୍ତି ଗୁଞ୍ଜିବ

    ଅମୂଲ୍ୟ ଗାଥା ବିଶ୍ବେ ଗୁଞ୍ଜିବ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract