ଏହି ଆମରି ମାଟି ମାଆଟି
ଏହି ଆମରି ମାଟି ମାଆଟି
ଜନ୍ମଭୂମି ଏଇ ଆମ ମାଟି
ମୃତ୍ୟୁ ଭୂମି ଏଇ ଆମ ମାଟି
ଜନ୍ମ ଠାରୁ ମୃତ୍ୟୁ ଯାଏଁ
ସବୁ କର୍ମର ମୁକସାକ୍ଷୀ
ଏ ଧର୍ମ ଭୂମି କର୍ମ ଭୂମି
ଜୀବନ ଜୀବିକାର
ମୂଳାଧାର ଏହି
ଏହି ଆମରି ମାଟି ମାଆଟି ।
ନଦ ନଦୀ ବିଲ ବନ
ଝରଣା ପର୍ବତମାନ
ସବୁରି ଜନନୀ
ସଭିଙ୍କର ସେହି ମାଆଟି
କେଡେ ମନୋରମ କେଡେ ମନୋହର
ସତେ ଅବା ଆମ ସବୁଜିମା ଭରା
ଆମ ଏ ଜନମ ମାଆଟି
କେତେ ସୁକୋମଳ କେଡେ ସହୃଦୟ
ଏହି ଆମରି ମାଟି ମାଆଟି ।
ଖାଦ୍ୟ ଦିଅଇ, ବସ୍ତ୍ର ଦିଅଇ
ଖଣିଜ ସମ୍ପଦେ ଭରପୁର ସେହି
ବନ୍ୟ ସମ୍ପଦ, ପଶୁ ସମ୍ପଦ
ସବୁରି ମୂଳେ ସେହି
ତା'ର ପାଣି ପବନ
ପୁଲକିତ କରେ ଆମରି ମନ
ଜାତି ଜାତିକା ତା'ର ସୁମନ
ଶୋଭା ବଢ଼ାଏ ତା'ର କାନନ
ମାଟିରୁ ଆକାଶ ଆକାଶରୁ ମାଟି
ପରିବ୍ୟାପ୍ତ ତା'ର ସୀମା ସରହଦ
ଏହି ଆମରି ମାଟି ମାଆଟି ।
କେତେ ବୀର
କେତେ ଶହୀଦଙ୍କ ସାକ୍ଷୀ
କେତେ ଲଢୁଆ ପୁଅଙ୍କୁ
ଜନମିଛି ଏହି ଆମ ମାତୃଭୂମି
ଏହି ଆମରି ଜନମ ମାଟି
ମାଟି ନୁହେଁ ସେ ତ
ଆମ ଏନ୍ତୁଡିଶାଳ ଏହି
ଏହି ଆମ ବିଦାୟ ବେଳର
ଶ୍ମଶାନ ଘାଟି
ଜନମ ମରଣ ତାରି କୋଳରେ
ଆମେ ଲଭୁଛେ
ସେ ଆମ ଜନ୍ମ ମୃତ୍ୟୁର
ଚିରକାଳର ମୁକ ସାକ୍ଷୀ
ତାରି ସେବା କରିବା ଆସ
ତାରି ପାଇଁ ମରିବା
ରଖିବା ତା'ର ପୁଣ୍ୟ ନାଆଁଟି
ଏହି ଆମରି ମାଟି ମାଆଟି ।
