Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Jagannath Barik

Abstract

3  

Jagannath Barik

Abstract

ଭ୍ରମଣ ସାଗର ତୀରେ

ଭ୍ରମଣ ସାଗର ତୀରେ

1 min
371


ଦୁନିଆଯାକର ସବୁ ସୁଖରାଶି

 ଭ୍ରମଣରୁ ମିଳିଥାଏ

ବିଶାଳ ସଂସାର ସୁଦୃଶ୍ୟ ଅପାର

 ଦେଖିବା ସୁଯୋଗ ଥାଏ |


ପୁରୀ ବେଳାଭୂମି ଭ୍ରମଣ ସୁଯୋଗ

 ପୌର୍ଣ୍ଣମାସୀ ରଜନୀରେ

ଉତ୍ତାଳ ଲହରୀ ଛୁଇଁ ବେଳାଭୂମି

 ଫେରୁଥିଲେ ଅବିରଳେ |


ବହେ ଶୀତବାତ କମ୍ପିଯାଏ ଗାତ୍ର

 ଗର୍ଜେ ସିନ୍ଧୁ ଭୟଙ୍କର

ବାଲୁକା ଉପରେ ପତିତ ଶୀକର

 ସିକ୍ତ କରେ କଳେବର |


ବିଶାଳ ପ୍ରକୃତି ଅନନ୍ୟ ଧରିତ୍ରୀ

 ଅନନ୍ତ ରୂପ ସମ୍ଭାର

ଦର୍ଶନେ ମାନବ କରେ ଅନୁଭବ

ଆତ୍ମ ସତ୍ତା ଅଣୁକାର |


ଅଣୁ ଠାରୁ କ୍ଷୁଦ୍ର ସତେ ଏ ମଣିଷ

 ତାର ପୁଣି ଅହଂକାର

ନିଜର ଅସ୍ତିତ୍ୱ ନିଜେ ଅନୁଭବୀ

 ନମିଲି ବିଭୁ ପୟର |


ଦିନ ସାରା ମୋର ଯେତେ ଅନୁଭବ

 ରାତିରେ କି ଭୟଙ୍କର

ସମର୍ପି ନିଜକୁ ପ୍ରକୃତି ନିକଟେ

 ଚାହିଁଲି ନୀଳ କନ୍ଦର |


ଅଦୂରର ଝାଉଁ ବନ ଅନ୍ତରା଼ଳୁ

ଭାସିଆସେ ବଂଶୀ ସ୍ୱର

ନିର୍ଜନ ବେଳାରେ ସ୍ମରୁଥିଲି ମୁହିଁ

ଧନ୍ୟ ବିଶ୍ୱ କଳାକର |


ନାହିଁ କେ ସଙ୍ଗର ଏକା ଭ୍ରମିବାର

ଅପୂର୍ବ ଏ ଅନୁଭୂତି

ଲୋଡୁଥିଲା ମନ ଲଳନାପଘନ

 ଭାଗ୍ୟେ ନଥିଲା ପ୍ରାପତି |



Rate this content
Log in