ସ୍ମୃତିରେ ଗଙ୍ଗାଧର
ସ୍ମୃତିରେ ଗଙ୍ଗାଧର
ଅଠରଶ 'ବାଆସଠି ଅଗଷ୍ଟ ନଅ ରେ
ଜନ୍ମି ପିତା ଚୈତନ୍ୟ ମା ସେବତୀ କୋଳରେ ।
ଦାରିଦ୍ର୍ୟର କଷାଘାତେ ହୋଇ ନିପୀଡିତ
କଷ୍ଟେ ମଷ୍ଟେ ବାଲ୍ୟ ଶିକ୍ଷା କଲେ ସମାହିତ ।
ତୁଳସୀ ଦୁଇ ପତ୍ରରୁ ବାସିଲା ସଦୃଶ
ବାଲ୍ୟରୁ ସାହିତ୍ୟକୃତି ହେଲା ପରିଦୃଶ୍ୟ ।
ଦୁଃଖ ଗୁରୁଙ୍କର ଯେଣୁ ଥିଲେ ପଟ୍ଟଶିଷ୍ୟ
ତନ୍ତ ଚର୍ଚ୍ଚା ଗ୍ରନ୍ଥ ଚର୍ଚ୍ଚା କଲ ଏକତ୍ରିତ ।
ମାତୃଭୂମି ମାତୃଭାଷା ମାନ ରକ୍ଷା ପାଇଁ
ସ୍ୱତନ୍ତ୍ର ଉତ୍କଳ ରାଜ୍ୟ ଗଠନରେ ଧାଇଁ ।
ଭାଷା ଆନ୍ଦୋଳନେ ସାଜି ଥିଲେ କର୍ଣ୍ଣଧାର
ଉତ୍କଳ ମାତା ର ଥିଲେ ସୁଯୋଗ୍ୟ କୁମାର ।
ତପସ୍ୱିନୀ ଇନ୍ଦୁମତୀ ରସ ରତ୍ନାକର
କୀଚକବଧ ପ୍ରଣୟ ବଲ୍ଲରୀ ଆବର ।
ଉଷା ଭାରତୀ ବନ୍ଦନା ଅହଲ୍ୟାର ସ୍ତବ
ଲେଖି ଉତ୍କଳ ମାତାର ବଢ଼ାଇଲେ ଗର୍ବ ।
ଧନ୍ୟ ବରପାଲି ଧନ୍ୟ ପଶ୍ଚିମ ଉତ୍କଳ
ଧନ୍ୟ ବାଣୀ ପୁତ୍ର ରଙ୍ଗାଜୀବ ଗଙ୍ଗାଧର ।
ଦୀପ ପରି ଜଳି ଜଳି ଢ଼ାଳିଲେ ଆଲୋକ
କାଳ ଜୟୀ ଯୁଗ ଜୟୀ ସ୍ରଷ୍ଟା ପୁଣ୍ୟଶ୍ଳୋକ ।
ଘେନ କୋଟି ଓଡ଼ିଆଙ୍କ ଭକ୍ତି ପ୍ରଣିପାତ
ହେ ଅମର ଆତ୍ମା ଆଉ ଥରେ ହୁଅ ଜାତ ।
