STORYMIRROR

Chiranjibi Sahoo

Abstract Inspirational

3  

Chiranjibi Sahoo

Abstract Inspirational

କର୍ତ୍ତବ୍ୟ କେବେ ସହଜ

କର୍ତ୍ତବ୍ୟ କେବେ ସହଜ

1 min
317

କର୍ମ କଲେ ସିନା ଜୀବନ ବଞ୍ଚଇ

କର୍ମ ଜୀବନ ଆଧାର

କର୍ମ କରି ନର ହୁଏ କାଳଜୟୀ

କର୍ମେ ପ୍ରାପତ ଆହାର


ସମାଜ ମଧ୍ୟରେ ସମ୍ପର୍କ ବନ୍ଧନ

କରେ ଜୀବନ ସୁନ୍ଦର

କର୍ମ ଦେଇ ପ୍ରେମ କୁଟୁମ୍ବେ କରିଲେ

ସର୍ବେ ପ୍ରସନ୍ନ ବେଭାର


ତେଣୁ କର୍ତ୍ତବ୍ୟର କୃତି ଶିକୁଳିରେ

ବନ୍ଧା ଆମେ ସାମ୍ୟପ୍ରାଣୀ

କର୍ତ୍ତୃତ୍ୱ ଆଦରି କର୍ତ୍ତବ୍ୟ କରିଲେ

ସ୍ୱର୍ଗ ହୋଇବ ଧରଣୀ


କର୍ତ୍ତବ୍ୟ ପଥରେ କଣ୍ଟା ସ୍ୱାର୍ଥାନ୍ଧତା

ଅକୃତଜ୍ଞତା ଜନକ

ଭୁଞ୍ଜି ନିତି ନିତି ପୋଷଣ ନ ଦେଲେ

ସମ୍ପର୍କ ସାଜେ ବାଧକ


ସ୍ନେହ ସୌହାର୍ଦ୍ଦ୍ୟରେ ଜଗତ ହସଇ

କର୍ମ ହୁଏ ଫଳପ୍ରଦ

କର୍ତ୍ତବ୍ୟନିଷ୍ଠା ଓ କୃତି ସୁମିଷ୍ଠା ଯେ

ଆଣଇ ଆତ୍ମପ୍ରସାଦ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract