STORYMIRROR

Chiranjibi Sahoo

Abstract Inspirational Children

4  

Chiranjibi Sahoo

Abstract Inspirational Children

ଐଶୀ ଅସ୍ତିତ୍ବ

ଐଶୀ ଅସ୍ତିତ୍ବ

1 min
424

ନାସ୍ତିକ ପରା ନୁହେଁ ସେହି ଜନ

ଈଶେ ବିଶ୍ୱାସ ଯେ ନ କରେ

ନାସ୍ତିକ ଅଟଇ ସେହି ହୀନ ଜନ

କରି ଯେ ନ କିଛି ପାରେ


କପଟ ଅଟଇ ଯେଉଁ ନୀଚ ବ୍ୟକ୍ତି

ମୁଁହ ମନ ଏକ ନୋହେ

ସେ କପଟ ବ୍ୟକ୍ତି ବିଶ୍ୱାସ ହରାଇ

ରୁଗ୍ଣ ପ୍ରାୟ ଜୀବ ବାହେ


ଅନ୍ୟର ମୁଖରୁ ସୁଖ୍ୟାତି ଆଶାରେ

ଆତ୍ମ ପରଶଂସା କରେ

ଅଜ୍ଞାତରେ କରେ ଆତ୍ମ ପ୍ରବଞ୍ଚନା

ପ୍ରକୃତ ଦାନରୁ ଦୂରେ


ଭଗବାନଙ୍କ ଅସ୍ତିତ୍ୱ ଅବସ୍ଥିତି

ବିଜ୍ଞାନର ନୁହେଁ ଦ୍ବନ୍ଦ୍ୱ

ନିଜ ଅସ୍ତିତ୍ୱକୁ ଗ୍ରହଣ କରିଲେ

ତା ବିଧାନ ନୁହେଁ ମନ୍ଦ


ଜୀବନରେ ପାରୁ ଯଦି କାରେ ଗ୍ରହି

ଜୀବନ ଆଦର୍ଶ ରୂପେ

ଜୀବନଟା ତୋର ସହଜ ହୋଇବ

ଓତଃପ୍ରୋତ ପ୍ରାପ୍ତି ବ୍ୟାପେ


ଅଜ୍ଞାନ ଯେ ନର କରଇ ବିବାଦ

ବିଷୟ ମୂଳ ନ ଜାଣି

ଈଶ୍ୱର ଅଛନ୍ତି, ଜାଣି କିବା ଲାଭ

ଚିନ୍ତି ନିଜ ସ୍ଥିତି ହାଣି


ଯେ ଜାଣେ ସେ ସବୁ ଜାଣିଛି ବୋଲି କି

ସେ ଅଜ୍ଞାନ ହୀନମନ

ଯେ ଜାଣେନା ଯେ ସେ ଜାଣିଛି ଅନେକ

ସେହି ଜନ ମହା ଜନ


ଯେ ଜାଣେ ସେ ଜାଣେ କିଛି କିଛି କଥା

ସେ ହି ଋଷି ଦାର୍ଶନିକ

ଯେ ଜାଣେ ଯେ ସର୍ବ ଜ୍ଞାନର ସେ ଜ୍ଞାତା

ସେ ହିଁ ଭଗବାନ ଏକ


ସେହି ଭଗବାନେ କର ମନ ଲୟ

ଗୁରୁପାଦେ ରଖ ମତି

କ୍ରମେ ଫଳିବ ଯେ ଅମୃତ ବ୍ୟକ୍ତିତ୍ୱ

ନାସ୍ତିକର ଭାଙ୍ଗି ଜାତି ।


Rate this content
Log in

Similar oriya poem from Abstract