କଳଙ୍କିନୀ
କଳଙ୍କିନୀ
ସମାଜର ଦାଣ୍ଡେ ଚରିତ୍ରହୀନା ମୁଁ
ନାଁ ମୋର ଯେ ଗଣିକା
ରାତି ସରିଗଲେ ବାସ ହଜିଯାଏ
କଳଙ୍କିନୀ ହୁଏ ଡକା ।
କେହି ଜାଣେନାହିଁ ଏ କଳଙ୍କିନୀର
କଳଙ୍କିତ ଇତିହାସ
ନିଜ କଳଙ୍କକୁ ଗୁପତେ ଛଡାଇ
ଆସନ୍ତି ମୋହର ପାସ ।
କେତେ କିଏ ନର ଯୁବକଠୁ ବୃଦ୍ଧ
ଦେହ ଜ୍ବାଳେ ଟାଣିହୋଇ
ଆସନ୍ତି ନିଶାର ଅନ୍ଧାର ଚାଦରେ
ପାପକୁ ପ୍ରାଣରୁ ଧୋଇ ।
ଗଙ୍ଗା ସିନା ଧୋଏ କରମର ପାପ
ହେଲେ ପାପ ସରେନାହିଁ
ମୁଁ ହିଁ ସିନା ଧୋଏ ଦେହର ଉତ୍ତାପ
କଳଙ୍କିନୀ ଜଗ ପାଇଁ ।
କାର ଲାଗେ ନାହିଁ ସ୍ତିରୀଠାରେ ମନ
କାର ଅନୁଭୁତି ଲୋଡ଼ା
କାକୁ ଦିଏନାହିଁ ମଉକା କେ ନାରୀ
କିଏ ଖାଇଥାଏ ତଡ଼ା ।
ଏ କଳଙ୍କିନୀର କାଳୀମା ନଗରେ
ଭଦ୍ରତାର ନାହିଁ ଚିହ୍ନ
ମୁଁ ବି ଗୋଟେ ନାରୀ କାହାର କନିଆ
ଦୁରୁଭାଗେ ହୀନିମାନ ।
ଯେବେ କରେ ସଭ୍ୟ ନର ସମାଜରେ
ମା କାଳୀ ଅଭ୍ୟର୍ଥନା
ଗଣିକା ଦୁଆର ମାଟି ଲୋଡ଼ା ହୁଏ
ଇଏ କି ସତେ ଭର୍ତ୍ସନା ।
ବେଶ୍ୟାଠାରୁ ସେହି ନାରୀ ଅତି ନୀଚ
ମାଗଣାରେ ଦେହ ବିକେ
ପତି ବରଣର ପୂର୍ବରୁ ଅନେକ
ବାର ଉଲଗ୍ନ ପଲଙ୍କେ ।
ଆଜିର ସମାଜେ ଖୋଲା ଆହ୍ୱାନ ମୋ
କାମନା ତେଜିଲେ ମନେ
ସ୍ୱାଗତ କରୁଛି ଏ କଳଙ୍କିନୀ ଯେ
ଧର୍ଷଣ ଥମୁ ଭୁବନେ ।