STORYMIRROR

Chiranjibi Sahoo

Abstract Children Stories Inspirational

3  

Chiranjibi Sahoo

Abstract Children Stories Inspirational

ଅଭିମାନି ଭକ୍ତ

ଅଭିମାନି ଭକ୍ତ

1 min
442

କରେ ଆରାଧନା ଆହେ ଆର୍ତ୍ତତ୍ରାତା

ଅରକ୍ଷିତ କଥା ଶୁଣ

କୃପା ଅରୁଣିମା ବରଷିବନି କି

ଏ ପତିତର ପ୍ରାଙ୍ଗଣ


ସକଳ ଜନଙ୍କୁ ରଖିଛ ସଯତ୍ନେ

ମୋତେ କିବା ପର କଲ

ଏ ଦାସର କଥା ଦେଖିବା ବେଳକୁ

ନିରିଦୟ କାହିଁ ହେଲ


ସଭିଏଁ କହନ୍ତି ହରି ଭକତ ଯେ 

ଯୁଗେ ଯୁଗେ ଦିନହୀନ

ସତେ କି ଭିକାରୀ କୁହ ଆହେ ହରି

ତୁମ ଜନ ଅଟେ ନ୍ୟୁନ


ଷଡ଼ ଐଶ୍ୱର୍ଯ୍ୟର ଈଶ୍ୱର ତୁମେ ହେ

ମୁହିଁ ତୁମକୁ ଆଦରି

ହେଇ କି ପାରିବି ସତରେ ଗରିବ

ତୁମେ ମହାଧନ ମୋରି


ମିଛ ଦୁନିଆରେ ତୁମେ ଏକା ସତ

ଏ କଥା କେହି ବୁଝେନି

ସୁଖ ଶାନ୍ତି ନାମେ କଷ୍ଟ ଭୋଗୁଥାଏ

ତଵ ଅସ୍ତିତ୍ବ ମାନେନି


ତୁମ ନାମେ ପୁଣି କେତେ ଧର୍ମ ନାଟ

ନଟବରଙ୍କୁ ପାସୋରି

ଧର୍ମ ନାମେ ଜଗତେ ଯେତେ ଛଳନା

ଅଶାନ୍ତିରେ ଯାଏ ଭରି


ସ୍ତ୍ରୀ ମାରେ ଏଠି ସ୍ୱାମୀକୁ ନିଇତି

ନେତା ଶୋଶେ ଜନତାକୁ

ତଥାପି ସଭିଏଁ ଚେଇଁ ଶୋଇଛନ୍ତି

ଶୁଆ ଟିଙ୍କ ବିନ୍ଧେ ତାଙ୍କୁ


ମନରେ ନହେଲେ ଆଧ୍ୟାତ୍ମିକ ପୁର୍ତ୍ତି

ଆସିବ କି ଉଦାରତା

ପ୍ରସାରଣ ହୋଇ ସମୂହ ସ୍ୱାର୍ଥରେ

ଦୁଃଖ ହେବ ମୁହଁ ପୋତା


ସର୍ବ ହୃଦେ ପ୍ରଭୁ ହୁଅ ବିରାଜିତ

ଦିବ୍ୟ ଚେତନା ବିତରି

ଅଭିମାନି ଭକ୍ତ କରେ ହେ ଗୁହାରି

ଶୁଣିମା ହେଉ ମୁରାରୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract