STORYMIRROR

Chiranjibi Sahoo

Abstract Inspirational

4  

Chiranjibi Sahoo

Abstract Inspirational

ମେଦିନୀ ରଙ୍ଗମଞ୍ଚ

ମେଦିନୀ ରଙ୍ଗମଞ୍ଚ

1 min
490

ଏହି ମେଦିନୀର ରଙ୍ଗ ମହଲରେ

ଭେଳିକି ଭେଳିକି ନାଟ

ନର ନାରୀ ମିଳି କରନ୍ତି ଭିଆଣ

କହେ ଅମୃତର ଭାଟ।


ସର୍ବେ ରଙ୍ଗମଞ୍ଚେ ଅଭିନୟ କରି

ଯେଝା ବାଟେ ବାହୁଡିବେ

ଯାହା ଅଭିନୟ ମନଛୁଆଁ ହେବ

ସର୍ବେ ମନେ ରଖିଥିବେ।


ଚରିତ୍ର ଭିତରେ ଡୁବିଲେ ସିନା ହିଁ

ଅଭିନୟ ଭଲ ହେବ

କେବେ ଭାଇ ଭାର୍ଯ୍ୟା ଗ୍ରହୀତା ଅପତ୍ୟ

ଅଭିନୟ ଅଭିନବ।


ଅଭିନୟ ମଧ୍ୟେ ମୁଖ୍ୟ କଥା ଅଟେ

ସହାନୁଭୂତି ଏକତା

ଏହି ଭାବେ ହେଲେ ଚାଳିତ ଦୁନିଆ

ସମୃଦ୍ଧ ସମ୍ପର୍କ ସୁତା।


ଏକ ବିନ୍ଦୁଠାରୁ କୋଟି ବିନ୍ଦୁଯାଏଁ

ଆକର୍ଷଣୀ ସୂତ୍ରେ ବାନ୍ଧି

ଅଭିନୟ କରି ଅପସରି ଯିବା

ଅନୁଭୂତି ସ୍ମୃତି ଛନ୍ଦି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract