ମିଛ ମୋହ
ମିଛ ମୋହ




ହସର ଫ୍ଲାସଲାଇଟରୁ
ବିଚ୍ଛୁରିତ ହୋଇ ଆସୁଥିଲା
ପ୍ରେମର ପରିଭାଷା,
ଶୋକସନ୍ତପ୍ତ ତିମିରିତ ପ୍ରକୋଷ୍ଠରୁ
ପୁନଃଆବିଷ୍କୃତ ହେଲା
ବଞ୍ଚିବାର ମହୁଲି ନିଶା।
ହୃଦୟର କୋଠରିକୁ
ଭର୍ତ୍ତି କଲି
ଭୋଗ, ବିଳାସ
ଓ ଆଳସ୍ୟପୂର୍ଣ୍ଣ ଜିନିଷରେ,
ତେଣୁ ଭୁଲି ଗଲି
ଝାଡ଼ିବାକୁ-
ଦିନକୁ ଦିନ ବଢୁଥିବା
ବୁଢିଆଣୀର ବସା।
ଫୁସଫୁସ୍ ର ସ୍କାଏଲାଇଟ୍ ଦେଇ
ଧସେଇ ପଶି ଆସୁଥିଲା
ଫର୍ଚ୍ଚା ଆଲୁଅ ଓ
ଖୁସିର ଧଳା ରଶ୍ମିଗୁଚ୍ଛ ,
କିନ୍ତୁ ଅଦୃଶ୍ୟରେ
ଛାଇଗଲା ଅନ୍ଧକାର!!
କଳଙ୍କିତ ଏବେ ନାଶା।
ସତରେ!
ମୋହ ଭର୍ତ୍ତି ବର୍ଷାରେ
ଭିଜିବାକୁ ଭଲ ଲାଗେ ,
ହେଲେ
ସହିବାକୁ ପଡେ
ଛୋଟବଡ଼ କୁଆଶିଳା ମାଡ଼
ଆଉ ମେଞ୍ଚେ ଲୋକହସା।