STORYMIRROR

Narayan Sahoo

Tragedy Others

3  

Narayan Sahoo

Tragedy Others

ଦୁଃଖର ବାରିଧି

ଦୁଃଖର ବାରିଧି

1 min
142


ଭୂ ତଳେ ବିଲୀନ ଥିଲି ମୁଁ

ଆଗ୍ନେୟ ସ୍ତରର

ଭାରି ନିକଟରେ

ଅତ୍ୟନ୍ତ ଦୁଃଖରେ,

ନିତି ନିତି ଧାସ ବାଜି ପୋଡ଼ି ହଉଥିଲା

ମୋ ରକ୍ତ ମାଂସର ଶରୀର!

ଆବିର୍ଭୁତ ହେଲେ ଈଶ୍ୱର

ପଞ୍ଚ ତତ୍ତ୍ଵର ଜ୍ଞାନ ଦେଲେ,

ନଖ ସନ୍ଧିରୁ ମଳି କାଢି

ଆଶୀର୍ବାଦରେ ଯାଚିଦେଲେ

ପଞ୍ଚ ଭୂତର ପାଉଁଶିଆ ବିଭୂତି!


ବଧିର ହେଇଗଲା ଶରୀର :

ଲକ୍ଷେ ଡିଗ୍ରୀ ସେଲସିୟସର

ଆଗ୍ନେୟ ଶିଳା,

ମେଞ୍ଚାଏ ଯାତନା, ଅଗଭୀର

ଓ ଅଦୃଶ୍ୟ କୋହ ସବୁ

ଜଉ ହୋଇ ମିଶିଗଲେ

ଆଖିର ଲୁହରେ ଅବା ଲହୁରେ!!

ଦିନକୁ ଦିନ ହାଲକା ହୋଇ

ଆସିଲା ବିଭୂତି କ୍ଷମତା

ଅବା ଧୈର୍ଯ୍ୟର ଉଷ୍ମତା,

ଅନ୍ଧକାରରେ ପାଦ ଦେଲା

ବିଶ୍ୱାସର ଉଜ୍ଜ୍ଵଳ ସବିତା!!

ବଞ୍ଚିଗଲି କିଛିଦିନ ଛଟପଟ ହୋଇ

ଈଶ୍ୱରଙ୍କ ଆସ୍ଥାରେ!

ଅଗ୍ନି ଫଣା ଆସି ପାଦ ପାଖେ

ଠକ୍ ଠକ୍ କଲା

ମୃତ୍ୟୁ ଡାକିଲା, ମୃତ୍ୟୁ ଡାକିଲା!

ମୁକ୍ତ ହେଲା ହସ୍ତ

ସ୍ନାୟୁ ସବୁ କାର୍ଯ୍ୟ କଲା

କାକୋଦର ଭଳି

ନୀରବରେ ବଞ୍ଚିଗଲି ଆଉ କିଛି କ୍ଷଣି!।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy