ନନାଙ୍କ ପାଇଁ
ନନାଙ୍କ ପାଇଁ
ଭାରି ଇଚ୍ଛା ହୁଏ
ତମ ନିର୍ଭୀକ ଛାଇରେ ଠିଆ ହୋଇ
ଜୀବନର ଡହକ ତାତିକୁ ସାମନା କରିବାକୁ !
ତମ ଆଙ୍ଗୁଠିକୁ ଜାବୁଡି ଧରି
ସମତଳ ଭୂଇଁରେ ବି ଟଳମଳ ହୋଇ
ବାଟ ଚାଲିବାକୁ ..
ଆହୁରି ବି ଇଚ୍ଛା ହୁଏ
ଏ ପରିଣତ ବୟସରେ
ତମ କୋମଳ ସ୍ପର୍ଶକୁ
ଆଖବୁଜି ଧିରେ ଧିରେ ଅନୁଭବି
ଗୋଟେ ମିଛ ବିଶ୍ବାସକୁ
ସତ ମଣି ନେବାକୁ ଯେ -
ତମେ ଅଛ ମୋ ଆଖପାଖରେ
ସଦାବେଳେ,
ମୋ ଭଲରେ ମନ୍ଦରେ, ହସରେ ଲୁହରେ
ମତେ ସାହାସ ଦେବାକୁ
ଦୃଢ ରହିବାକୁ !
ଜୀବନର ଯେତେ ସବୁ ବିଷମ ସ୍ଥିତିରେ ..
ତମେ କିନ୍ତୁ ନଥାଅ ଖାଲି ସେହି ସମୟରେ
ମୋ ‘ନନା’ ଡାକରେ
ଉତ୍ତର ଦେବାକୁ,
ଯାହା ତମେ ଭୁଲିଯାଇ
ଦୂରେଇ ରହିଛ ଆମଠୁ
ଦୀର୍ଘ ତିନି ଦଶନ୍ଧିରୁ ..
-0-
