STORYMIRROR

Kamala Satpathy

Abstract

2  

Kamala Satpathy

Abstract

ଆଧୁନିକ ଝିଅ

ଆଧୁନିକ ଝିଅ

1 min
147

ଥାନାକୁ ଆସିଛି ଆଧୁନିକା ଝିଅ

ସଙ୍ଗେ ନେଇ ଅଭିଯୋଗ

ଆଖିରୁ ବୁହଇ ଗଙ୍ଗା ଓ ଯମୁନା

ପ୍ରବଳ ଯାହାର ବେଗ

ଘଣ୍ଟା ବାଜିଲାଣି ଢଂ ଢାଂ କରି 

ନଅର ଦେଇ ସୂଚନା

ଏମିତି ବେଳରେ ଏ ଝିଅ କାହିଁକି

ଆସିଅଛି ଆମ ଥାନା

ଥାନାବାବୁ ଆଖି ମିଟି ମିଟି କରି

ଚାହାନ୍ତି ଉପର ତଳ

ଆଧୁନିକ ବେଶ ପୋଷାକ ଭିତରେ

ସବୁ ଦିଶେ ଜଳ ଜଳ

ସରମ ଲାଜକୁ ପୋଡସାରି ସିଏ

ଆସିଛି କମ୍ପ୍ଲେନ୍ କରି

ରାସ୍ତାରେ କୁଆଡେ ପୁଅମାନେ ଦେଖି

ସିଟି ଦଉଛନ୍ତି ମାରି

ଆଗରେ ପଛରେ ଲସର ପସର 

ହେଉଛନ୍ତି ଦିନରାତି

କିଏ ପୁଣି ଲଭ୍ ଲେଟର୍ ଲେଖଇ

ତା’ ନାମରେ ନିତି ନିତି

“କଡା ଦଣ୍ଡ ତାକୁ ଦିଅନ୍ତୁ ସାଆରେ

ଛାଡିବ ବଜାରି ପଣ

ଘରେ ତା’ର ମାଆ ଭଉଣୀ ଅଛନ୍ତି

ତଥାପି ଦେଖ କି ଗୁଣ

ପାଠ ଶାଠ ପଢା ନାହିଁ ବୋଧେ ତା’ର

ତେଣୁ କରେ ବଦମାସି

ସାଙ୍ଗସାଥୀ ମଧ୍ୟ କମେଣ୍ଟ ମାରନ୍ତି

ତାଆରି ସାଙ୍ଗରେ ମିଶି

ଚାଲି ପାରୁନାହିଁ ରାସତା ଘାଟରେ

ସାଆରେ କରନ୍ତୁ ରକ୍ଷା

ତୁମ ଇଲାକାରେ ଜମାରୁ ମିଳୁନି 

ଝିଅଙ୍କୁ ଆଉ ସୁରକ୍ଷା

କରନ୍ତୁ ଏଥର କିଛି ତ ସାଆରେ

ଦିଅ ସେମାନଙ୍କୁ ପାନେ

ଯାହା ମୋ ସହ କରୁଛନ୍ତି ଆଜି, ତୁମ 

ଝିଅକୁ କରିବେ ଦିନେ

ନକରିଲେ କିଛି ସତ କହୁଛି ମୁଁ

ଏଇଠି ଦେବି ଧାରଣା

ଗଣମାଧ୍ୟମକୁ ଡକେଇ କରିବି

ଦିନରାତି ତନାଘନା “

ଛେପ ଢୋକି ବାବୁ କହିଲେ, “ଝିଅଲୋ, 

କେଉଁଆଡେ ଯାଇଥିଲୁ

ରାତି ନଅଟାରେ ଏପରି ବେଶରେ

କେଉଁଠୁ ପୁଣି ଫେରିଲୁ

ପିଲାଏ ତ ଦୁଷ୍ଟ, ମାରୁଛନ୍ତି ସିଟି

ଏକୁଟିଆ ତତେ ଦେଖି

ହେଲେ ସତ କରି କହିଲୁ ମତେ ତୁ

କି ଦୋଷ ତାଙ୍କର ଅଛି

ଯେପରି ବେଶରେ ବାହାରିଲୁ ଘରୁ

ଭାବିଥିଲୁ ମନେ କିସ

ପିଲାଏ ନମାରି ସିଟି ଗାଇବେ କି

ତୋ’ ପାଇଁ ଓଡ଼ିଶୀ ରାସ

ଅନ୍ୟର ଦୋଷକୁ ଦେଖିବା ପୂର୍ବରୁ 

ନିଜକୁ ସୁଧାର ଆଗ

ଆଧୁନିକତାର ସ୍ରୋତରେ ନବହି

ପୋଷାକ ପିନ୍ଧେ ତୁ ବାଗ

ବିଦେଶୀ ପୋଷାକ ବିଦେଶୀଙ୍କୁ ଭଲ

ଆମକୁ ଭଲ ଆମର

ପୋଷାକ ଏମିତି ପିନ୍ଧିବୁ ଆଖିକୁ

ଦିଶିବ ଯାହା ସୁନ୍ଦର

ସେ ବେଶରେ ଯଦି କଲା କେହି କେବେ 

ଏଠି ତତେ ହଇରାଣ

ଆସିବୁ ଥାନାକୁ ସାଙ୍ଗେ ସାଙ୍ଗେ ତା’ର

କରିଦେବି ମୁଁ ଚାଲାଣ

ନହେଲେ ଝିଅ ଲୋ କ୍ଷମା କରିଦେବୁ

କରି ନପାରିବି କିଛି

ପିଲାଏ କଅଣ, ଏ ବେଶ ଦେଖିଲେ

ବୁଢା ବି ମାରିବେ ସିଟି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract