ଏଇତ ସମୟ
ଏଇତ ସମୟ
ମୁଁ ଯେବେ ଏକା ଥିଲି
ମୋ ମୁଣ୍ଡ ଉପରେ ଆକାଶ ହିଁ ଥିଲା
ମନ କଥା ବୁଝିବା ପାଇଁ କାହା ପାଖରେ
ସୁନ୍ଦର ଭାବନା ନଥିଲା, ଟିକେ ଖୁସି ଖୋଜିବା ପାଇଁ
ସକାଳ କେବେ ସନ୍ଧ୍ୟା ହୋଇ ଯାଉଥିଲା
ସାହାରାର ଅଭାବ ନାହିଁ
ଦେବା ପାଇଁ ତାଙ୍କ ହାତ ପୁଙ୍ଗୁଳା ଥିଲା ।।
ଆକାଶଚୁମ୍ବି ନବ ଅଟ୍ଟାଳିକା ତଳେ
କେବଳ ଅବାଧ ଖିଆଲ ଭରିଥିଲା
ଗାଁ ମୁଣ୍ଡିଆ ବସ୍ତି ଅଞ୍ଚଳରେ
ମୋର ଠିକଣା ଲେଖା ହୋଇଥିଲା
ଚ଼ାଳ ଛପର ଘରେ ଦିହକ ଯାକର
ସୁଖ-ସପନର ସ୍ମୃତି
ଚ଼ିରା ଦଦରା ଗଣ୍ଠିଲିରେ ବନ୍ଧା ହୋଇଥିଲା ।।
ଅଧାବାଟେ କିଏ ହାତ ଛାଡ଼ି
ଅବାଧଗତିରେ ଭଣ୍ଡେଇ ଚ଼ାଲି ଯାଉଥିଲା
ନୂଆଁ ବାଟରେ ପ୍ରସସ୍ଥ ବିଥିରେ
ପ୍ରତ୍ୟେକ ମୋଡ଼ ତ ଦଂଶନ କରୁଥିଲା
ହାରିବା ଜିତିବା ନୂଆଁ କଥା ନୁହେଁ
ପ୍ରତିଦିନ ବହୁବାର ମରିବାକୁ ହେଉଥିଲା
ନିଜ ଲୋକଙ୍କର ଶରାଘାତରେ
ମୋ ମନ କ୍ଷତ ବିକ୍ଷତ ହେଉଥିଲା
କେବଳ ଆକାଶ ମୋ ଜୀବନର
ସେ ମୁହୂର୍ତ୍ତକୁ ଅବଲୋକନ କରୁଥିଲା
ଲହୁଲୁହାଣ ମୋ ହୃଦୟକୁ
ତା କୋଳରେ ଆବୋରି ନେଇଥିଲା
ତା ଭାଗରୁ ଗୁଣ୍ଡାଏ ଶାନ୍ତି
ମୋ ପତ୍ରରେ ପରଷି ଦେଇଥିଲା ।।