STORYMIRROR

Anjana Naik,Anju..Deogarh

Abstract

4  

Anjana Naik,Anju..Deogarh

Abstract

ଏଇତ ସମୟ

ଏଇତ ସମୟ

1 min
383

ମୁଁ ଯେବେ ଏକା ଥିଲି

ମୋ ମୁଣ୍ଡ ଉପରେ ଆକାଶ ହିଁ ଥିଲା 

ମନ କଥା ବୁଝିବା ପାଇଁ କାହା ପାଖରେ 

ସୁନ୍ଦର ଭାବନା ନଥିଲା, ଟିକେ ଖୁସି ଖୋଜିବା ପାଇଁ

ସକାଳ କେବେ ସନ୍ଧ୍ୟା ହୋଇ ଯାଉଥିଲା 

ସାହାରାର ଅଭାବ ନାହିଁ 

ଦେବା ପାଇଁ ତାଙ୍କ ହାତ ପୁଙ୍ଗୁଳା ଥିଲା ।।

ଆକାଶଚୁମ୍ବି ନବ ଅଟ୍ଟାଳିକା ତଳେ

କେବଳ ଅବାଧ ଖିଆଲ ଭରିଥିଲା

ଗାଁ ମୁଣ୍ଡିଆ ବସ୍ତି ଅଞ୍ଚଳରେ 

ମୋର ଠିକଣା ଲେଖା ହୋଇଥିଲା 

ଚ଼ାଳ ଛପର ଘରେ ଦିହକ ଯାକର 

ସୁଖ-ସପନର ସ୍ମୃତି 

ଚ଼ିରା ଦଦରା ଗଣ୍ଠିଲିରେ ବନ୍ଧା ହୋଇଥିଲା ।।

ଅଧାବାଟେ କିଏ ହାତ ଛାଡ଼ି

ଅବାଧଗତିରେ ଭଣ୍ଡେଇ ଚ଼ାଲି ଯାଉଥିଲା

ନୂଆଁ ବାଟରେ ପ୍ରସସ୍ଥ ବିଥିରେ 

ପ୍ରତ୍ୟେକ ମୋଡ଼ ତ ଦଂଶନ କରୁଥିଲା

ହାରିବା ଜିତିବା ନୂଆଁ କଥା ନୁହେଁ

ପ୍ରତିଦିନ ବହୁବାର ମରିବାକୁ ହେଉଥିଲା

ନିଜ ଲୋକଙ୍କର ଶରାଘାତରେ

ମୋ ମନ କ୍ଷତ ବିକ୍ଷତ ହେଉଥିଲା 

କେବଳ ଆକାଶ ମୋ ଜୀବନର

ସେ ମୁହୂର୍ତ୍ତକୁ ଅବଲୋକନ କରୁଥିଲା

ଲହୁଲୁହାଣ ମୋ ହୃଦୟକୁ

ତା କୋଳରେ ଆବୋରି ନେଇଥିଲା

ତା ଭାଗରୁ ଗୁଣ୍ଡାଏ ଶାନ୍ତି

ମୋ ପତ୍ରରେ ପରଷି ଦେଇଥିଲା ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract