STORYMIRROR

Anjana Naik,Anju..Deogarh

Classics Fantasy Inspirational

4  

Anjana Naik,Anju..Deogarh

Classics Fantasy Inspirational

ମୋ ଗାଁ ର କଥା

ମୋ ଗାଁ ର କଥା

1 min
15

ବ୍ୟସ୍ତ ଜୀବନରୁ ବିରତି ନେଇ ମୁଁ 

ଗାଁ କଥା ଟିକେ ଭାବିଲି

ମୋ ଜମି ବାଡ଼ି ରେ ଧାନ ଫୁଟିଥିବ

ଦେଖିବାକୁ ପୁଣି ଚାହିଁଲି ।।

ଆଜି ଯାଇଥିଲି ଗାଁ କୁ ମୋହର 

ବାଧା ବିଘ୍ନ ସଵୁ ଏଡ଼େଇ

ଗୋଧୂଳି ଵେଳାରେ ଗାଈ ଗୋଠ 

ଫେରୁଥିଲେ ଆକାଶରେ ଧୂଳି ଉଡ଼େଇ ।।

ପୋଖରୀ ହୁଡ଼ାରେ ଡାହୁକ ବସିଥିଲେ

ବିଲରେ କଙ୍କଡ଼ା ଦଣ୍ଡେଇ

ଜଙ୍ଗଲରେ ଲୁଚିଗଲେ ବିଲୁଆ ଛୁଆ 

ମା କୁ ତାଙ୍କର ଭଣ୍ଡେଇ ।।

ଅଷିଣ ମାସର ଗଇଷଫୁଲ

ପୁରିଥିଲା ପାଖ ଖଳାରେ

କଣ୍ଡରା ଘାସରେ ଦୁଆର ପୁରିଥିଲା  

କଙ୍କି ଉଡୁଥିଲେ ମଜ୍ଜାରେ ।।

କାଉଁଶି ବଣରେ ଲହ ଲହ ଉଡୁଥିଲେ 

ଧୋବ ଫରଫର କାସତଣ୍ଡି 

ପୁରିଲା ପାଣିରେ ଉବୁଟୁବୁ ହୋଇ  

ନାଳରେ ଖେଳୁଥିଲେ କେରାଣ୍ଡି ।।

ବୁଡ଼ି ଗଲେ ସୁର୍ଯ୍ୟ ଫେରିଲେ ପକ୍ଷୀ  

ନିଜ ନିଜ ଵସା ପାଖକୁ 

ମୁଁ ଵି ଫେରିଲି କିଛି ନୂଆଁ ସ୍ମୃତି ନେଇ  

ସାମ୍ପ୍ରତିକ ଠିକଣା ଯାଗାକୁ ।।

ମୋ ଗାଁ ସ୍ମୃତି ମୋ ହୃଦୟରେ ରହିଛି 

କେବେ ଦେବି ନାହିଁ ଭୁଲେଇ 

ସେଇ ମାଟିରେ ମୁଁ ଜନ୍ମ ହୋଇଥିଲି 

ଦିନେ ସେଇ ମାଟିରେ ଯିବି ତ ମିଳେଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics