STORYMIRROR

Anjana Naik,Anju..Deogarh

Romance Fantasy Inspirational

3  

Anjana Naik,Anju..Deogarh

Romance Fantasy Inspirational

ଇତି...ତମର.....

ଇତି...ତମର.....

1 min
18

ଆଜି ଏଇ ଆକାଶ ତଳେ 

ଆଖି ବୁଜି 

ବନ୍ଦ୍ ଆଖିରେ ମୋତେ ଥରେ 

ମନେ ମନେ ଖୋଜି ଦେଖ...!!


ଯେଵେ ଖୋଜି ପାଇବ

ଅନ୍ଧକାରର‌ ଭାଷା ତମେ

ନିଶ୍ଚୟ ନିଜେ ବୁଝି ପାରିବ....!!


ଥରେ ଛୁଇଁ ଦେଖ

ମୁଁ ତମର ଅତି ପାଖରେ ଥିଵି

ତମ ଦେହର ଛାଇ ଠାରୁ ଵି

ଅତି ନିବିଡ଼ ଥିଵି.........!! 


ଯେତେ ଵେଳେ

ଯୋଉଠି ମୋତେ ମନେ ପକେଇବ

ତମ ହୃଦୟର ସ୍ପନ୍ଦନ ହୋଇ

ଛାତିରେ ଦୁକ ଦୁକ କରୁଥିଵି ।।


ମୋ ଚଲାପଥରେ

ମୋତେ ଖୋଜି ଖୋଜି ପାଇବ ନାହିଁ

ଖୋଜି ପାଇଲେ ବି

କିଛି ଲାଭ ନାହିଁ........!!


ଦେଖିବା ପାଇଁ ଇଚ୍ଛା ଯଦି

ଥରେ ଆଇନା ଦେଖ

ମୁଁ ତମର ଆଖି ଡୋଳାରେ

ଗଭୀର ଭାବରେ

ଢଳ ଢଳ ହୋଇ ଭାସୁଥିବି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance