STORYMIRROR

Anjana Naik,Anju..Deogarh

Abstract Classics Inspirational

4  

Anjana Naik,Anju..Deogarh

Abstract Classics Inspirational

ନିଦାଘ କାଳ.

ନିଦାଘ କାଳ.

1 min
14

ଭାବିଥିଲି ଚଇତି ବାଆ ରେ,

ହଳଦୀ ବସନ୍ତର କୁ...କୁ... ତାନରେ

କୃଷ୍ଣଚୂଡ଼ା ଫୁଲର ରଙ୍ଗକୁ ନେଇ 

ଆକାଶର ଭସା ବାଦଲକୁ ବାର୍ତ୍ତା ପଠେଇବି....!!


ଏ ନିଦାଘ ଝାଞ୍ଜିରେ 

ଲାଘବ କରିବ ମୋ ଦେହର ତାପକୁ

ବର୍ଷାର ଟୋପା ଟୋପା ଶୀତଳ ଜଳରେ

ଭିଜାଇ ଦେବ ମୋର ଅଙ୍ଗ ଶୈଷ୍ଠବକୁ ।।


ବତୁରାଇ ଦେବ ମୋ ମନ ଗହନ 

ରସଶିକ୍ତ ହୋଇଯିବ ଅଫୁଟା ସପନ 

ତା କଅଁଳ ସ୍ପର୍ଶରେ ମୋ ଅଗଣାରେ 

ଫୁଟାଇବ ମଲ୍ଲି, ମାଳତୀକୁ ।।


ମୋ ଗାଁ ମୁଣ୍ଡିଆ କିଆରି ହିଡ଼ରେ 

ଟପ୍ ଟପ୍ ଝରୁଥିବ ମହୁଲର ଫୁଲ 

ଆଉ ଭଦଭଦଳିଆ ପକ୍ଷୀ ଉଡ଼ି ଵୁଲୁଥିଵ

ଖୋଜି ଖୋଜି ତା ସାଙ୍ଗ ମାନଙ୍କୁ ।।


ଏ ଋତୁର ଫୁଲ ସଵୁ

ଗ୍ରୀଷ୍ମପ୍ରବାହ ଦାଉରେ ମଉଳି ଗଲାଣି 

ମୋ ମନର ସରାଗ ସବୁ କ୍ଷାନ୍ତ ହୋଇ

ମରୂ ମରୀଚିକା ସମ ଧୁଆଁଳିଆ ହୋଇ

ଧୂଳିରେ ମିଶି ଗଲାଣି,

ତାରା ଗହଣରେ

ଵର୍ଷା ଆକାଶ ବକ୍ଷରେ କୋଷେ ଦୂର 

ଦିଗବଳୟରେ ଲୁଚି ଗଲାଣି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract