STORYMIRROR

Pinku Ranbida

Abstract Others

3  

Pinku Ranbida

Abstract Others

ପାହାଡ

ପାହାଡ

1 min
216


ଦୂର ପାହାଡ଼ ଦିଶଇ ଭାରି ସୁନ୍ଦର

    ମନକୁ କରେ ମୋହିତ,

ସବୁଜ ରଙ୍ଗର ଗଛ, ଲତାରେ ପରିପୂର୍ଣ 

   ଲାଗେ କେତେ ଆନନ୍ଦିତ l


ପାହାଡ଼ରୁ ଝରୁଥିବା ମଧୁର ଝରଣାର ପାଣି

     ଅମୃତ ସମାନ ତୁଲ୍,

ତାହାରି ବକ୍ଷରେ ନାନା ପ୍ରକାର ଔଷଧ

   ସୁନାଠାରୁ ଅଧିକ ତା ମୂଲ୍ୟ l


ଥରେ ପିଇଦେଲେ ଝରଣାରୁ ଝରୁଥୁବା ପାଣି

  ରୋଗ, ବ୍ୟାଧି ହେଇଯାଏ ଦୂର,

ଭଗବାନଙ୍କ ନିୟତି ପ୍ରକୃତିର ଅମୂଲ୍ୟ ସମ୍ପଦ

     ଲାଗେ କେତେ ସୁନ୍ଦର l


ନାନା ପ୍ରକାର କୀଟ, ପତଙ୍ଗ ପଶୁ, ପକ୍ଷୀ

   ଗୋଟାଏ ସ୍ଥାନରେ ରୁହନ୍ତି,

<

p>ସମସ୍ତ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରି

     ମନକୁ କିଣି ନିଅନ୍ତି l


ପାହାଡ଼ ଲାଗୁଥାଏ ସହନଶୀଳତା ମାଁ'କି

   ସ୍ନେହରେ କୋଳେଇ ଧରିଛି,

ନାହିଁ ତାର ବାଛ, ବିଚରା, କ୍ରୋଧ ଅହଂକାର

    ସମସ୍ତଙ୍କୁ ନିଜର କରିଛି l


ବିଭିନ୍ନ ପ୍ରକାର ମିଠା, କସା, ପିତା, ଫଳ

   ତାହାରି ଭିତରେ ରହିଛି,

ମଣିଷ ହେଉକି ପଶୁ, ପକ୍ଷୀ ଇତ୍ୟାଦିଙ୍କୁ 

     ଖାଇବାକୁ ଦାନା ଦେଉଛି l


ଆସ ମିଳିମିଶି ବଞ୍ଚଇବା ସମସ୍ତେ

  ପାହାଡକୁ ନ କରି ନଷ୍ଟ,

ଆମ୍ଭେ ବଞ୍ଚିବା ପାହାଡକୁ ବଞ୍ଚଇବା

 ନହେଲେ ଜୀବନ ହେବ କଷ୍ଟ l


Rate this content
Log in