STORYMIRROR

#all in one adii

Abstract

3  

#all in one adii

Abstract

ଲକ୍ଷ୍ମଣ ଙ୍କ ଶକ୍ତି ଭେଦ

ଲକ୍ଷ୍ମଣ ଙ୍କ ଶକ୍ତି ଭେଦ

1 min
208

ରାବଣ ପୁତ୍ର ମେଘନାଦ

ରାକ୍ଷସ ପଣେ ସେହୁ ଅନ୍ଧ।


ନାନା ଶସ୍ତ୍ରରେ ସୁସଜ୍ଜିତ

ସେ ରଥୀ ସହ ସେନାଯୁଥ।


ଯେମନ୍ତ ରଜନୀ ପାହିଲା

ଯୁଦ୍ଧକୁ ବାହାର ହୋଇଲା।


ଏପଟେ ରାମଙ୍କ ଅନୁଜ

ଲକ୍ଷ୍ମଣ ଦିଶି ମହାତେଜ।


ବାନର ସେନା ସହିତରେ

ଆସି ମିଳିଲେ ରଣକ୍ଷେତ୍ରେ।


ଉଭୟ ପକ୍ଷ ରଣାଙ୍ଗନେ

ଯୁଦ୍ଧ କରନ୍ତି ରୋଷମନେ।


ଗଦାକୁ ଗଦା ପିଟାପିଟି

କେ ମୁଥ ମାଡ଼େ ପଡୁଥାନ୍ତି।


ତୀରରେ ତୀର ବାଜିକରି

ଶୂନ୍ୟେ ଯେ ଘୋର ଶବ୍ଦ କରି।


ଏମନ୍ତେ ଯୁଦ୍ଧ ଅପ୍ରମିତ

ରାମ ରାବଣ ଦୁଇ ପକ୍ଷ।


ବିବିଧ ଶସ୍ତ୍ରେ ଧୁରନ୍ଧର

ମେଘନାଦ ରାବଣ ପୁତ୍ର।


ଲକ୍ଷ୍ମଣ ମେଘନାଦେ ଦେଖି

ଚକ୍ର ପ୍ରାୟେକ ବେନି ଆଖି।


ବିବିଧ ତୀର ସେ ଛାଡନ୍ତି

ମେଘନାଦ ର ନାହିଁ ଭ୍ରାନ୍ତି।


ସବୁ ଅସ୍ତ୍ରର ପ୍ରତି ଅସ୍ତ୍ର

ମାରେ ସେ ମେଘନାଦ ବୀର।


ବଢେ ସମର ବେଳୁବେଳ

ଯୁଦ୍ଧ କରନ୍ତି ଯେହ୍ନେ ଖେଳ।


ମେଘନାଦ ଯେ କ୍ରୋଧ ଭରେ

ବ୍ରହ୍ମାସ୍ତ୍ର ପେଶି ଲକ୍ଷ୍ମଣରେ।


ସେ ଅସ୍ତ୍ର ଲକ୍ଷ୍ମଣେ ଆଘାତ

ଦେଇ ହରିଲା ପ୍ରାଣ ତାଙ୍କ।


ଲକ୍ଷ୍ମଣ ଭୂମିପରେ ହେଲେ

କାନ୍ଦନ୍ତି ସର୍ବେ କୋଳାହଳେ।


ହା ଭ୍ରାତା ଅନୁଜ ଲକ୍ଷ୍ମଣ

କହି କାନ୍ଦନ୍ତି ରଘୁରାଣ।


କେମନ୍ତେ ମତେ ଛାଡିଗଲୁ

କେଡେକ କଷ୍ଟ ମୋତେଦେଲୁ।।


ସଖାତୁ ମୋର ଦୁଃଖେ ସୁଖେ

ଏକି ଦଶା ମୁଁ ତୋର ଦେଖେ।


କେମିତି ଧରିବି ମୁଁ ପ୍ରାଣ

ବୋଲି ଆକୁଳ ହୋଇ ରାମ।


ରାବଣ ବଇଦ ସୁଷେଣ

ଉପାୟ କଲାକ ଭିଆଣ।


ଲକ୍ଷ୍ମଣ ପ୍ରାଣ ବଂଚାଇଲା

ଧନ୍ୟ ଧନ୍ୟ ସେ ବୋଲାଇଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from #all in one adii

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୃତ୍ୟୁ

ମୃତ୍ୟୁ

2 mins ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

Similar oriya poem from Abstract