STORYMIRROR

#all in one adii

Others

3  

#all in one adii

Others

ଯନ୍ତ୍ରଣା

ଯନ୍ତ୍ରଣା

1 min
272

କଳା ବାଦଲ୍ ଦୁଃଖର

ଢାଙ୍କି ଦିଏ ସୁଖର ସୁନେଲି କିରଣକୁ

ସେବେ ଛଟପଟ ହୁଏ

ମନ ଆଉ ତନ।।

ମଉଳିଯାଏ ଯେବେ ଫୁଲ ଆଶାର

ନିରାଶାର ଟାଣ ଖରାରେ

ଘାଣ୍ଟି ହୁଏ ମନ

ଝରିଯାଏ ଆଖିରୁ

ଆଷାଢ଼ ଶ୍ରାବଣ

ଇଏତ ଯନ୍ତ୍ରଣା।

ହଠାତ୍ ଛାଇଯାଏ ଅନ୍ଧକାର

ଆଖି ସାମ୍ନାରେ

ମରଣ ବି ଲାଗେ ପାଖ ଲୋକ

ଆଉ ଇଚ୍ଛା ହୁଏ ତାକୁ

କୁଣ୍ଢେଇ ଧରିବାକୁ।

ନିଜର ଯେବେ କେହି

ଯା'ନ୍ତି ଆଡେଇ ଦେଇ

ଛିଣ୍ଡିପଡେ ପାଦ ତଳର ମାଟି

ଆକାଶଟା ସତେ ଯେମିତି

ମୁଣ୍ଡରେ କଚାଡି ହେବକି କ'ଣ!!

ରାବଣ ରଥରେ ଅପହୃତା

ଜାନକୀଙ୍କ ପରି

ନହେଲେ ସର୍ବସ୍ୱ ହରାଇଥିବା

ଅନ୍ଧ ଧୃତରାଷ୍ଟ୍ର।

ଯନ୍ତ୍ରଣା କ'ଣ ମାପିଦେଇପାରେ

ବିରହ ବିଧୁର ପ୍ରିୟର

ଲୁହ ଆଉ କୋହ?

ଅନ୍ଧାରରେ ଗୋଟା ପଣେ

ଘୋଡେଇ ହୋଇ ଯାଉଥିବା

ଦିନର ଯନ୍ତ୍ରଣା କ'ଣ

କରିପାରେ କିଏ ଅନୁଭବ

ସୀମା ସୈନିକର ପ୍ରେୟସୀ

ଯେବେ ତାର ଅପେକ୍ଷାର ଘଟେ ଅନ୍ତ

ତା ସ୍ୱାମୀର କବର ଦେଖି

କିଏ ମାପିପାରେ ତାର

ଯନ୍ତ୍ରଣାର ଗଭୀରତା

ଆଉ ତା ମନର ଶୂନ୍ୟତା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from #all in one adii

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୃତ୍ୟୁ

ମୃତ୍ୟୁ

2 mins ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ