STORYMIRROR

DR SAMIR RANJAN BEHERA

Abstract Inspirational

3  

DR SAMIR RANJAN BEHERA

Abstract Inspirational

ମୂଲ୍ୟହୀନ ଦେହ

ମୂଲ୍ୟହୀନ ଦେହ

1 min
239


  ମଣିଷ ଜନ୍ମ .......

  ପେଟର ଭୋକ ପାଇଁ

  ଅନବରତ କରେ ସଂଘର୍ଷ

  ଦେହର ଝାଳ ଦେହ ରେ ମାରି

  କୁକୁର ସଂଗେ କୁକୁର ହୋଇ

  ପ୍ରଶମିତ କରିବା ପାଇଁ

  ତା ଜଳୁଥିବା ପେଟ ପାଇଁ  

   ଜଳୁଥିବା ଦେହ ପାଇଁ ll


  କିନ୍ତୁ ଆଜିର କିଛି ମଣିଷ

  ସାଜୁଛନ୍ତି ପିଶାଚ

  ମନର ଭୋକ ପାଇଁ

  ଦେହର ଭୋକ ପାଇଁ 

  କେବେ କାମାନ୍ଧ କେବେ ଅନ୍ଧ

  କେବେ ହଜେ ମାନବିକତା

  କେବେ ଜଳି ଯାଏ ନିଜ ସ୍ଵନ୍ତ୍ରତତା

  କାମନା ର ଦାବାନ୍ନଳ ରେ

  ଫାଟି ପଡେ ତ୍ରାହି ତ୍ରାହି ଚିତ୍କାର ରେ ll


  ଏଇତ ଜୀବନ ରେ ମନ

  ଏଠି ଦେହ ମୂଲ୍ୟହୀନ

  ଜୀବନ ମୂଲ୍ୟହୀନ

  କ୍ଷମତା ଆଗରେ ସ୍ୱାର୍ଥର ଫାସରେ 

  ସବୁ ମୂଲ୍ୟହୀନ ଅର୍ଥ ହୀନ ll

  


  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract