STORYMIRROR

Narendra Prasad Behera

Abstract

3  

Narendra Prasad Behera

Abstract

ଦୁଃଖ ମୁଁ କରିବି ନାହିଁ

ଦୁଃଖ ମୁଁ କରିବି ନାହିଁ

1 min
212


ହେଇଯାଉ ପଛେ  ଏଦୁନିଆ ଧ୍ବଂସ

     ଦୁଃଖ ମୁଁ କରିବି ନାହିଁ

ଭଉଣୀ ଆଖିରୁ   ଝରିଲେ ଲୋତକ

     କାନ୍ଦି ମରିଯିବି ମୁହିଁ ।୧।


ନିଜରକ୍ତ ଯେବେ  ହୋଇଯାଏ ପର

     ପରହୁଏ ଆପଣାର

ଆଜି ମୁଁ ଭାବୁଛି   ଏମିଛ ସଂସାରେ

     କେହିତ ନୁହେଁ କାହାର ।୨।


ସମ୍ପର୍କ ଗଢାରେ   କେତେକଷ୍ଟ ହୁଏ

     ଗଢିଛି ଯିଏ ଜାଣିଛି

ଭାଙ୍ଗିଗଲେ ଥରେ   ମରିଯାଏ ମନ

     ଯାହା ମୁଁ ଆଜି ଭୋଗୁଛି ।୩।


କଟୁକଥା ପଦେ କହିଦେଲେ ଯେବେ

     ହସି ହସି ସହି ନିଏ

ଜାଣିବ ସେଦିନ  ସ୍ନେହ ମମତାର

    ରକ୍ତର ଭଉଣୀ ସିଏ ।୪।


ନଥିଲେ ନିଜର   କରନି ଆଦର

     ପାଇବ ନାହିଁ ଆଦର

ସାମାନ୍ୟ କଥାରେ  କରିଦେଇ ପର

     କହିଦେବେ ବେଇମାନ ।୫।


ସକାଳ ସୁରୁଜ   ସଞ୍ଜକୁ ନଥିବ

    ଘୋଟିବ ଅମା ଅନ୍ଧାର

ସମ୍ପର୍କର ସେତୁ   କେତେ ଲମ୍ବା ହୁଏ

     ଥରେହେଲେ ଚିନ୍ତାକର ।୬।


ବୃକ୍ଷଟିଏ ରୋପି  ଫଳ ପାଇଁ କେବେ

     କର ନାହିଁ ମନେ ଆଶା

ଫଳଯଦି କେବେ   ନଦିଏ ସେ ବୃକ୍ଷ

     ଛାୟାତଳେ କର ବସା ।୭।


କରିଥିଲି କେତେ   ଆଶା ଓ ଭରସା

    ଭାଙ୍ଗି ହେଲା ଚୁରମାର

ମନମୋର ଆଜି  ଝୁରେଲୋ ଭଉଣୀ

     କର ନାହିଁ ସାତପର ।୮।


ବୁଝି ପାରିଲୁନି    ଭାଇର ମମତା

   ହୋଇଗଲୁ ଯେବେ ବଡ଼

ସମୟ ସ୍ରୋତରେ   ଭାସିଯିବୁ ଦିନେ

    ଆସିବ ତୋ ପାଇଁ ଝଡ଼ ।୯।


ଅଦିନ ବତାସ    ଭାଙ୍ଗି ଦେବ ଘର

     ହୋଇଯିବୁ ବରବାଦ

ନୟନ ଯୁଗଳ   କାନ୍ଦୁଥିବ ତୋର

    ଲୋଡିବୁ ମୋ ଆଶୀର୍ବାଦ ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract