Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Debaki Behera

Abstract

3  

Debaki Behera

Abstract

ନାରୀ

ନାରୀ

1 min
237



ସୃଷ୍ଟି ର ପୂରକ ନାରୀ

ଜୀବନ ରକ୍ଷକ ନାରୀ

ତଥାପି କାହିଁକି ସଭିଙ୍କ ଦୃଷ୍ଟିରେ

ଆଜିବି ବିଚାରୀ ନାରୀ ।

ଜନମ ଦାୟିନୀ ନାରୀ

କର୍ମ ବିରାଙ୍ଗିନୀ ନାରୀ

ତଥାପି କାହିଁକି ସଭିଙ୍କ ଦୃଷ୍ଟିରେ

ଆଜିବି ବିଚାରୀ ନାରୀ ।

ସୃଷ୍ଟିର ଆରମ୍ଭେ ନାରୀ

ସ୍ନେହ ପ୍ରଦାୟିନୀ ନାରୀ

ତଥାପି କାହିଁକି ସଭିଙ୍କ ଦୃଷ୍ଟିରେ

ଆଜିବି ବିଚାରୀ ନାରୀ ।

ଜୀବନ ଆଧାର ନାରୀ

ସୃଷ୍ଟିର ଶୃଙ୍ଗାର ନାରୀ

ତଥାପି କାହିଁକି ସଭିଙ୍କ ଦୃଷ୍ଟିରେ

ଆଜିବି ବିଚାରୀ ନାରୀ ।

ମାଆ, ଭଉଣୀ, ଖୁଡି, ମାଉସୀ

ପ୍ରେମିକା ଓ ପତ୍ନୀ ରୂପରେ ନାରୀ

ତଥାପି କାହିଁକି ସଭିଙ୍କ ଦୃଷ୍ଟିରେ

ଆଜିବି ବିଚାରୀ ନାରୀ ।

ପ୍ରେମ,କରୁଣାର ମୂରତି ନାରୀ

ସ୍ନେହ ମମତାରେ ଭୂଷିତ ନାରୀ

ତଥାପି କାହିଁକି ସଭିଙ୍କ ଦୃଷ୍ଟିରେ

ଆଜିବି ବିଚାରୀ ନାରୀ ।

ଚନ୍ଦ୍ର ଅବା ହିମାଳୟ

ପହଂଚି ପାରେ ସେ ନାରୀ

ତଥାପି କାହିଁକି ସଭିଙ୍କ ଦୃଷ୍ଟିରେ

ଆଜିବି ବିଚାରୀ ନାରୀ ।

ଅବଳା ନୁହେଁ ଯେ ନାରୀ

ଶକ୍ତି ସ୍ୱରୂପିଣୀ ଅଟେ ନାରୀ

ତଥାପି କାହିଁକି ସଭିଙ୍କ ଦୃଷ୍ଟିରେ

ଆଜିବି ବିଚାରୀ ନାରୀ ।



Rate this content
Log in