STORYMIRROR

Debaki Behera

Romance Tragedy

3  

Debaki Behera

Romance Tragedy

ଭୁଲ ଠିକଣା

ଭୁଲ ଠିକଣା

1 min
215


ସମ୍ପର୍କ ର ମୂଲ୍ୟବୋଧ

ଦୋଛକି ରେ ଜୀବନ

ସବୁ ତୁ ଜାଣିଛୁ

ସବୁ ତୁ ବୁଝିଛୁ

ତଥାପି ନିରବ ସତେକି ସ୍ଥାଣୁର ପ୍ରତିମା

ସ୍ନେହ, ପ୍ରେମ, ଭଲପାଇବା

ସବୁ ତୁଚ୍ଛ ତୋ ଆଗେ

ତଥାପି ବିତୃଷ୍ଣା

ଏ ଜୀବନ ଭଙ୍ଗୀ ରେ

ସତେ କି କୁହୁକ ଯାଦୁଗର ହାତର ଖେଳନା

ସମ୍ପର୍କ ମୋ ସହ

ନୁହେଁ ଜନ୍ମ ଜନ୍ମର

ତଥାପି ଅଜାଡି ଦେଇଥିଲି

ଦେହ ଆଉ ମନ

ମିଶାଇଦେଇଥିଲି ଆତ୍ମା ତୋ ନିଶ୍ୱାସ ସହ

କଥା ଥିଲା ଟୋପାଏ ସିନ୍ଦୂର

ସ୍ୱାର୍ଥ ର ପ୍ରାପ୍ତି

ମନର ଭୋକ

ଛାଡି ଦେଲୁ ହାତ ମୋର

ଉଡ଼ିଗଲା ବହୁଦୂରେ

ଦେଇ ଦେଇଗଲୁ

ଠିକଣା ଟିଏ

ପାଗେଳୀଟିଏ ନା

ତଥାପି ଅପେକ୍ଷା ରତ

ଅପଲକ ନେତ୍ରେ

ଜାଣି ନଥିଲି ତାହା ଥିଲା

ଛଳନା ରେ ଭରା

ଭୁଲ ଠିକଣା

ହଁ ଭୁଲ ଠିକଣା

ମୋ ପାଇଁ ତୋ ଦ୍ୱାର l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance