ଅନ୍ଧକାର ପଥ
ଅନ୍ଧକାର ପଥ


ରାତ୍ରି ର ଅନ୍ଧାର ପାରେନାହିଁ କେବେ
ସକାଳକୁ ଅଟକେଇ
ତୋତେ ସେହିପରି ଦୁଃଖର ର ଅନ୍ଧାର
ନ ପାରିବ ଅଟକାଇ l
ଆଗକୁ ଆଗକୁ ମାଡିଯା ରେ ତୁହି
ମନରେ ଦ୍ଵନ୍ଦ ନ ରଖି
ଅତୀତ ର କଳା ଅନ୍ଧାର ରାତ୍ରି ଯେ
ପଛେ ଗୋଡ଼ଉଛି ଦେଖି l
ଅନ୍ଧାର ନଥିଲେ ଆଲୋକ ର ସ୍ୱାଦ
ଚାଖିଥାନ୍ତୁ ତୁ କେମିତି
ରାତ୍ରି ଯେ ନଥିଲେ ସକାଳ ର ଛୁଆଁ
ପାଇଥାନ୍ତୁ ତୁ କେମିତି l
ଜୀବନ ପଥଟି ଅନ୍ଧକାର ପୂର୍ଣ୍ଣ
ବାଟ ଦୁର୍ଗମ ଅଟଇ
ତଥାପି ତୋତେ ରେ ଚାଲିବାକୁ ହେବ
ଲକ୍ଷ୍ୟ ସ୍ଥଳ ଦୂର ନାହିଁ l
ଅନ୍ଧକାର ପଥେ ମାଡିଚାଲ ତୁହି
ମନର ପ୍ରଦୀପ ଜାଳି
ପଥର ଶେଷରେ ସକାଳ ର ସୂର୍ଯ୍ୟ
ଚାହିଁ ଅଛି ତୋତେ ଭାଳି l