Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Debaki Behera

Tragedy

3  

Debaki Behera

Tragedy

ଅଫୁଟା ଫୁଲ

ଅଫୁଟା ଫୁଲ

1 min
262



ଅଫୁଟା ଫୁଲ ସେ କଅଁଳ କଳି

ପିଲାଟିଏ ହେଲେ ଭାରି ଚଞ୍ଚଳି l


କୁନି ପ୍ରଜାପତି ପରି ମନ ତାହାର

ଘୁରି ବୁଲୁଥାଏ ଦାଣ୍ଡରୁ ଘର l


ବାପାର ଗେହ୍ଲି ସେ ରାଜକୁମାରୀ

ଘରର ଲକ୍ଷ୍ମୀ ସେ ରାଜଦୁଲାରୀ l


ବୁଦ୍ଧିକୁ ତାହାର କେ ହେବ ସରି

ପାଠରେ ଶାଠରେ ଆଗୁଆ ଭାରି l


ଅଫୁଟା କଳିରୁ ଫୁଟିଲା ଧୀରେ

ସଞ୍ଜ ଯାଇ ପୁଣି ସକାଳ ସରେ l


ଧୀରେ ଧୀରେ ଫୁଲ ଫୁଟେ ଯେପରି

ଯୌବନ ଆସିଲା ତାର ସେପରି l


ବାପର ମୁଣ୍ଡରେ ଚିନ୍ତା ବଢିଲା

ବିଭାଘର ତାର ବଡ଼ ଝାମେଲା l


ଖୋଜାପଡ଼ିଗଲା ଉତ୍ତମ ପାତ୍ର

ସୁଝା ହେଲା ପୁଣି ଜାତକ ଗୋତ୍ର l


ଅନେକ ଦେଇଣ ବିଭା ହୋଇଲା

ଶାଶୁଘରେ ଯାଇ ସେହୁ ରହିଲା l


ଚତୁର୍ଥୀ ଯାଇଣ ଅଷ୍ଟମୀ ଗଲା

ଅସଲ ଖେଳଟି ଆରମ୍ଭ ହେଲା l


ପଚାଶ ହଜାର ଟଙ୍କା ଯୌତୁକ

ଗହଣା ଗାଣ୍ଠି ଓ ସମ୍ପତ୍ତି ତକ l


ମାଗିଣ ଯୌତୁକ କଲେ ଛାନିଆ

ବିଚରା ବାପଟି ହୀନିମାନିଆ l


ଦେଇପାରିଲାନି ସେତକ କିଛି

ଗୋଡ ହାତ ଧରି କ୍ଷମା ମାଗିଛି l


ଝିଅକୁ ଦେଖିବା ଦୁଃସ୍ୱପ୍ନ ହେଲା

କି କରିବ ବୁଢ଼ା ବାପ ଭାବିଲା l


ଝିଅର ମୃତ୍ୟୁର ଖବର ପାଇ

ଭାଙ୍ଗିପଡିଲା ସେ ବୁଢ଼ା ଗୋସେଇଁ l


ଅଫୁଟା ଫୁଲଟି ଦିନେ ଯେ ଥିଲା

ସବୁଦିନ ପାଇଁ ଶେଷେ ମଉଳିଗଲା l



Rate this content
Log in