STORYMIRROR

Panchanan Jena

Tragedy

3  

Panchanan Jena

Tragedy

ଫିକା ପଡ଼ିଲାଣି

ଫିକା ପଡ଼ିଲାଣି

1 min
19


ଗଜଲକ୍ଷ୍ମୀ ପୂଜାର ଝଲକ ଚମକ ତଳେ

କୁମାର ପୂର୍ଣମୀର ଚପଳଛନ୍ଦ ଚାନ୍ଦ

ଖେଳୁଛି ଆକାଶ ଅଗଣା କୋଳେ ହସି ମନ୍ଦ ମନ୍ଦ


ରହି ରହି ଶୁଭୁଛି ଫୁଲ ବଉଳବେଣୀ ଗୀତ

ସୁକୁମାରୀ କୁମାରୀ କଣ୍ଠରୁ କମ୍

ମୋବାଇଲ୍‌ ଟିଭି ପରଦାରୁ ବେଶି

ଜୋଛନା ପରଶ ପୀୟୁଷ ପାଇଁ

କାହିଁ ଦିଶୁନାହିଁ ଉଲ୍ଲସିତ ଲଳନା ମୀତ


ପ୍ରୀତି ପ୍ରଣୟର ଭାବନା ଉଦ୍ରେକ ଛାଡ଼

ଛାତ ଉପରେ ମୃଦୁ କଳରବ ନାହିଁ

କୁଆଁରୀ ମନରେ କାଉଁରି ଫେରାର୍

ଯୌବନ ଯୁଆରରେ ଭଟ୍ଟା ପଡିଲାଣି କୁଢ଼ କୁଢ଼


କୁମାରୀ ପୂଜନ ବନ୍ଦନ ସାଜ ଶୃଙ୍ଗାର

କାଳର କରାଳ ଗର୍ଭରେ ଲୀନ

ଭାବିବର ପାଇଁ ବିଭୁ ଆଶିର୍ବାଦ ପାଇଁ

ସରଳ ବିଶ୍ୱାସ ଆଶ୍ୱାସ ହୀନ

ମୃଦୁ କଳରବ ପୁଚି ଖେଳ ପାଶେ

ହସ କୈତୁକ ଚାନ୍ଦ ପୂଜା ବେଶେ

ସବୁ ମହଳଣ ସବୁ ରୁଗଣ

କର୍ପୁର ଉଡିଛି ଖାଲି କନା କାନ୍ଦେ ଶରତ ମହ୍ଲାର


ଆମ ପର୍ବ ପରମ୍ପରା ଆମ ଉତ୍କଳୀୟ ପର୍ବାଣୀ

ଧିରେ ଧିରେ ଦିଗଭ୍ରଷ୍ଟ କୀଟଦ୍ରଂଷ୍ଟ 

ଆଧୁନିକତାର ଚାପରେ ଛାପରେ ନଷ୍ଟ

କହିବା କାହାକୁ ?

ନିଜ ମୁଣ୍ଡେ ନାହିଁ ଆଦର 

ନିଜ ଘରେ ନାହିଁ ପାଳନ ପ୍ରଚାର ରାଗିଣୀ


ଘୋର ପରିତାପର ବିଷୟ

ଭୃଣହତ୍ୟା ଯୋଗୁଁ ଝିଅସଂଖ୍ଯା କମିଲାଣି

କୁମାରୀବିନା କୁମାରପୂର୍ଣ୍ଣିମା ଫିକା ପଡିଲାଣି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy