STORYMIRROR

Sunanda Mohanty

Abstract Tragedy Others

3  

Sunanda Mohanty

Abstract Tragedy Others

ଦୁଃଖ

ଦୁଃଖ

1 min
177


ନିମନ୍ତ୍ରଣ ନପାଇ ବି ସେ ଆସେ 

ଖୁସିର ଝଲକ ଉଭେଇ ସେ ଗ୍ରାସେ 

ଲୁହ ଓ ଲହୁ ପରି ଓହଳ ଖସି ଆସେ 

କେଵେ ଭାତ ଥିଲେ ନଥାଏ ବସ୍ତ୍ର 

କେବେ ଶେଜ ଥିଲେ ପଢିହୁଏନା ମନସ୍ତତ୍ଵ 

ଯିଏ ଜାଣିନଥିଲା ତାକୁ ଭାବୁଥିଲା 

କେମିତି ହୋଇଥିବ ଏହାର ପ୍ରକୋପ 

ଆଉ ଯିଏ ଜାଣିଥିଲା ବୁଝିଥିଲା ସନ୍ତ୍ରାସେ 

ଆତଙ୍କେ ନିରୁଦିଷ୍ଟ ଜୀଵନ ପରିପକ୍ଵତ୍ବ 

ଯାହା ପାଖେ ମୂଳରୁ ଥାଏ ସେ ହୁଏନା ତସ୍ତ୍ର 

ଥାଉ ନଥାଉ ବାସ ଖାଦ୍ୟ ବସ୍ତ୍ର 

ଯୁଝିବା ଦରକାର ନାହିଁ ଆସୁ ରହୁ 

ଯାହାର ଚିରସାଥି ସେ ବା କାହିଁ ଦେବ ବିବୃତ୍ତି 

ଲୁହ ଦେଖିଛି ଚାଖିଛି ବି ଓଠ 

ନଥାଉ ଖଟ ଅବା ମଠ 

ହେଉ ଶୁଖିଲା କାଠ 

ସେ ତ ପ୍ରାରବ୍ଧ ଭାବି ଆଦରି ନେଇଛି ଶେଷେ 

ବର୍ଷ ଯାଉ ଆସୁ ପାରଦ ଖସୁ ଶୀତ ସ୍ପର୍ଶେ 

ତାର ଦେହସୁହା ଏ ଶୀତ ନୁହେଁ ଏ ବର୍ଷେ 

ନୂଆବର୍ଷ ଆସୁ ଯାଉ ତାର ଭଗଫଳ 

ଦୁଃଖ ଅବଶିଷ୍ଟ ଶେଷ ପୃଷ୍ଠାର ଭାଗଶେଷେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract