STORYMIRROR

Girija Prasanna Prusty

Abstract

3  

Girija Prasanna Prusty

Abstract

ଶେଷ ସୀମା

ଶେଷ ସୀମା

1 min
240

କବି ମୁଁ ନଷ୍ଟ ପଥରେ

ପ୍ରଣୟର ଦୁଆରେ ଦୁଆରେ

ଭାବନାକୁ ବିଞ୍ଚି ଚାଲିଛି

ଭାବନାର ଘୋର ଅଭାବରେ


ରଙ୍ଗ ଫଗୁଣର ରଙ୍ଗ

ଗ୍ରୀଷ୍ମର ମରୀଚିକା ପରି

ସଙ୍ଗ ସବୁ କ୍ଷଣ ସଙ୍ଗ

ବରଷାର ବୁଦ୍-ବୁଦ୍ ପରି


ସତ୍ୟକୁ କେତେ ନିରେଖିବି

ମୁଁ କାହାକୁ କାହିଁ ପରଖିବି

ଯୋଉ ନିଆଁ ଯେମିତି ଜାଳୁଛି

ସେ ନିଆଁ ରେ ସେମିତି ଜଳିବି


କବି ମୁଁ ନଷ୍ଟ ପଥରେ

କଷ୍ଟର ଶେଷ ସୀମା ଡେଇଁ

ମୁତ୍ୟୁର ସୀମା ଛୁଉଁ ଛୁଉଁ

କେହି ନାହିଁ ରୋକିଦବା ପାଇଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract