Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Girija Prasanna Prusty

Romance

4  

Girija Prasanna Prusty

Romance

କେହି ଜଣେ

କେହି ଜଣେ

1 min
5



କେହି ଜଣେ ଆସୁଛି

ମତେ ଛୁଇଁ ଦେବାକୁ ଲିଭେଇ

ମୁଁ ଯେଉଁଠି ନୀତି ଜଳେ

ସେଇଠି ସେ ଜହ୍ନ ଟିଏ ଥୋଇ ।


କେହି ଜଣେ ଆସୁଛି

ନୂଆ କିଛି ଲେଖି ଦେବା ପାଇଁ

ମୁଁ ଯାହା ଯେତିକି ଜାଣେ

ସବୁ ଭୂଲ୍ କହି ଦେବା ପାଇଁ ।

କେହି ଜଣେ ଆସୁଛି

ଅସ୍ତ୍ରହୀନ ଆକ୍ରମଣ ପାଇଁ

ହାରିକି ଜିତିବା ଆଉ

ଜିତିକି ହାରିଯିବା ପାଇଁ।


ମୁଁ ଏବେ ଅନ୍ତର୍ଦ୍ଧାନ

ଖୋଜିବୁଲେ ଜୀବନ ମଧ୍ୟାହ୍ନ

ନିରୁତା ବୈଶାଖ ବକ୍ଷେ 

ଏ କାହାର ସ୍ନିଗ୍ଧ ଆବରଣ

କେହି ଜଣେ ଚାହୁଁଛି 

ତା ଆଖିରେ ପ୍ରଶ୍ନଟିଏ ନେଇ ।

ଇଏ କଣ ସେଇ ଆଖି ?

ଯେଉଁ ଆଖି ବୁଡ଼ିଯିବା ପାଇଁ ।


ନାଉରୀର ଗୀତ ଆଉ

ନୋଉକାର ହୃଦୟକୁ ନେଇ

ନଦୀର ଧର୍ମ ବହିବା

ସବୁ ଘାତ ପ୍ରତିଘାତ ଡେଇଁ ।

ଦୁଇ କପ୍ ଆକାଶରେ

ଚାରି କପ୍ ଜଙ୍ଗଲ ମିଶେଇ

କେହି ଜଣେ ଡାକୁଛି ।

ପକ୍ଷୀକୁ ଡେଣା ଦେବା ପାଇଁ ।।


Rate this content
Log in

Similar oriya poem from Romance