STORYMIRROR

Girija Prasanna Prusty

Romance Others

4  

Girija Prasanna Prusty

Romance Others

ତୁମ ଦର୍ଶନ

ତୁମ ଦର୍ଶନ

1 min
372

   

ରାତି ପରା ସତ ଚେଷ୍ଟା କରି

ପରସ୍ତ ପରସ୍ତ କରି

ଘୋଡେ଼ଇ ଘାଡ଼େଇ

ଲୁଚେଇ ପାରିନି ଜମା ଜହ୍ନକୁ ,

ଠିକ୍ ଯେମିତି

ତୁମ କଳା ଶାଢ଼ୀ ତଳୁ

ଜହ୍ନ ଠାରୁ ବେଶୀ ଦାଉ ଦାଉ

ତୁମ ରୂପ ଜଳୁଛି

ଶାଢ଼ୀ ଭେଦି ମୋ ଆଖିର ରେଟିନା ଚୁମୁଛି

ମୁଁ ଦେଖୁଛି ତୁମ ଠାରୁ ଆହୁରି ସୁନ୍ଦର ତୁମକୁ ।


କିଏ ଦେଖି ପାରୁଛି କି ନାହିଁ ମୁ ଜାଣିନି

ମୋ ଆଖିରୁ ତୁମ ରୂପ

ବିନ୍ଦୁଏ ଲୁଚୁନି

ପିନ୍ଧିତୁମେ ଆସିପାର ଢେଉଢେଉ ସମୁଦ୍ର

ସ୍ତର ସ୍ତର ଜଙ୍ଗଲ,

ପିନ୍ଧି ତୁମେ ଆସିପାର ସହ ସହ ବାରବାଟୀ ଦୁର୍ଗ

ମୋ ଆଖିର ମୁଗ୍ଧ ଚାହାଣି ଆଗେ

ସବୁ ଚେଷ୍ଠା ତୁମ ତୁଚ୍ଛ

ଶତ ଶତ ପର୍ବତ ଭେଦ୍ୟ ।


ମୋ ଆଖିରେ

ତୁମେ ଉଲଗ୍ନ ଯେମିତି ଉଲଗ୍ନ

ସୂର୍ଯ୍ୟ ତାରା ଜଙ୍ଗଲ ପୃଥିବୀ

ମୋ ଦେହରେ ତୁମ ରୂପ ବହିଯାଏ

ତୁମେ ପାବନି ,

ଯେମିତି

ଗଙ୍ଗା ଯମୁନା ବୈତରଣୀ ।


ମୁ ଆଖି ଖୋଲେ କି ବନ୍ଦ କରେ

ଜାଗେ କି ନିଦ୍ରାଯାଏ

ଅନ୍ଧାରେ ଆଲୁଏ

ସବୁଆଡେ ତୁମ ମୟ

ତୁମ ଘନ କେଶ ତୁମ ଭୃକୁଂଚନ

ତୁମ ଚୂର୍ଣ୍ଣ କେଶି ଯୋନି ,

ତୁମ ଦୃଷ୍ଟିମୋହି ଅନାବୃତ ସ୍ତନ

ମୁଁ ଶିହରେ ମୁଗ୍ଧ ହୁଏ

ଅର୍ଘ୍ୟ ଥାଳି ଧରି ତୁମ ପାଦେ

ସଂପିଦିଏ ଫୁଲ ଚନ୍ଦନ

ବନ୍ଦେ ତୁମକୁ ମୋର ପ୍ରତି ଶିହରଣ ।


ସବୁ ବନ୍ଧନୁ ତୁମେ ମୁକ୍ତ

ଶରୀରର ସମାଜର ଆତ୍ମାର

ସବୁ ବନ୍ଧନୁ ମୁଁ ମୁକ୍ତ

କାମର,ପ୍ରେମର,ଆଉ ପ୍ରାପ୍ତିର

ନିଶ୍ୱ ହୋଇ ମୁଁ କରେ

କରୁଥିବୀ ଚିରକାଳ ତୁମ ଦର୍ଶନ ,

ଜୀବନର ଧ୍ଵାନ୍ତ ପଥେ ମୋ

ତୁମ ରୂପ ଅଗ୍ନିର ସହସ୍ରାଂଶୁ ଶିଖା

ତୁମ ଠାରୁ ହାରିଥିବା ଅପରୂପ ଯୁଦ୍ଧର

ତୁମ ରୂପ ମୋ କପାଳେ ବିଜୟର ଟୀକା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance