STORYMIRROR

Girija Prasanna Prusty

Romance Fantasy

3  

Girija Prasanna Prusty

Romance Fantasy

ତୁମେ କି ଜାଣିବ

ତୁମେ କି ଜାଣିବ

1 min
267

ତୁମେ ସିନା ଚାହିଁ ଦିଅ

ହସ ଭରି ଆଖିର ଡୋଳାରେ

ଚାଲିଯାଅ ବାଟକାଟି

ଧୀରେ ଧୀରେ ମୋ'ରି ଆଗରେ

ରୁମ୍-ଝୁମ୍ ପାଉଁଜିର ଶବ୍ଦଟା

କିମିଆ ଯେ କରେ

ତୁମେ କି ଜାଣିବ?

ଯାହା ହୁଏ ମୋ'ରି ଭିତରେ ।

ତୁମେ ସିନା ଜାଳିଦିଅ

ସଂଜବତୀଚୋଉଁରା ମୂଳରେ

ମଥା ମାଡ଼ି କ'ଣ କୁହ?

ଜାଣିନି ମୁଁ

ଦେବୀଙ୍କ ପାଖରେ

ଉଉଁଥିବା ଜହ୍ନ ଯେବେମତେ ଚାହିଁ

ତୁମ ଆଡ଼େ ଇଙ୍ଗିତ କରେ

ତୁମେ କି ଜାଣିବ?

ଯାହା ହୁଏ ମୋ'ରି ଭିତରେ ।

ବନ ପକ୍ଷୀ ଗୀତ ଗାଏ 

କେଜାଣି କେ ଅଜଣା ତରୁରେ

ତୁମ ଓଠ ସେ ଗୀତକୁ

ଯେବେ ପୁଣି ଗୁଣୁଗୁଣୁ କରେ

ପବନରେ ଭାସି ଭାସି

ସେଇ ଗୀତ ଯେବେ ଆସି

ଧକ୍କା ଖାଏ ମୋ'ରି ଛାତିରେ

ତୁମେ କି ଜାଣିବ?

ଯାହା ହୁଏ ମୋ'ରି ଭିତରେ ।

ମେଘ ଯେବେ ଘୋଟିଯାଏ

ତୁମ ଗାଁ' ନେଳି ଆକାଶରେ

ଗୋଠ ଯେବେ ଫେରିଯାଏ

ଭିଜି ଭିଜି ତୁମରି ଦାଣ୍ଡରେ

ଝରକାକୁ ଖୋଲି ଯେବେ

ଦିଅ ଦୁଇ ହାତକୁ ବଢ଼େଇ

ସେ ହାତରେ ଯେବେ ପୁଣି

ଦିଅ ତୁମେ ପାଣିକୁ ବାଡ଼େଇ

ସେ ବରଷା ପାଣି ଯେବେଲାଖି ଯାଏ

ତୁମ ମୁହଁ ତୁମରି ଓଠରେ

ସତ କହୁଛି ତୁମେ କି ଜାଣିବ ?

ଯାହା ହୁଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance