STORYMIRROR

Girija Prasanna Prusty

Tragedy Others

4  

Girija Prasanna Prusty

Tragedy Others

ପୋଡ଼ାମୁହଁ

ପୋଡ଼ାମୁହଁ

1 min
601

ମୁଁ ଯୋଉ କଷ୍ଟ ପାଏ

ତୁ କି ସେଇ କଷ୍ଟକୁ କେବେ ସହିଛୁ ?

ମୁଁ ଯୋଉଠୁ ରକ୍ତ ପିଏ

ମୋ ଛାତିର

ସେ କ୍ଷତକୁ ତୁ କେବେ ଦେଖିଛୁ ?

ଯୋଉଠି ମୋ ଶ୍ଵାସ ରୁନ୍ଧି ହୁଏ..

କେବେ କି ସେଇ ପୃଥୀବିକୁ ମୋର ଆସିଛୁ ?


ଯୋଉଠି ଦିନ ଫିଙ୍ଗୁଥାଏ ଅନ୍ଧାର

ଯୋଉଠି ରାତି ବର୍ଷୋଉ ଥାଏ ଅଙ୍ଗାର

ଯୋଉଠି ମୁଁ ପିଆଲା ଧରି

ପିଉଥାଏ ନିଜ ଜହର

ମୋର ସେ ବଗିଚାରେ କେବେ ବୁଲିଛୁ ?

ଯୋଉଠି ମୁଁ ନିରୋଳା ଖାଲି ତୋର ହେଇକି ଥାଏ

ବର୍ବାଦିର କବର ଭିତରେ ଘୃଣାର ରାଗିଣୀ ଗାଏ

ମୋର ସେଇ ସଙ୍ଗୀତ କେବେ ଶୁଣିଛୁ?


ନିଜ ଶବକୁ ନିଜେ ମୁଁ ଜଳାଏ ସବୁ ରାତିରେ

ନିଜ ଲୁହକୁ ନିଜେ ମୁଁ ସୁଖାଏ ନିଜ ତାତିରେ

ଆଇନା ଆଗରେ ନୀତି ଦେଖେ ନିଜ ପୋଡ଼ା ମୁଁହ

ତୁ କି ମୋର ସେ ବିଭତ୍ସ ଚେହେରା ଦେଖିଛୁ?

ମୁଁ ଯେମିତି କଷ୍ଟ ପାଏ

ତୁ କି ସେଇ କଷ୍ଟକୁ କେବେ ସହିଛୁ?

ମୁଁ ଯେମିତି ମରୁଥାଏ

ମୋ ମରିବାର ମୁହୂର୍ତ୍ତେ କି ତୁ ବଞ୍ଚିଛୁ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy