STORYMIRROR

Girija Prasanna Prusty

Romance

3  

Girija Prasanna Prusty

Romance

ଆ..ହା..

ଆ..ହା..

1 min
497


ଆ..ହା..

କେଡ଼େ ନିରୀହ ଆଖିରେ ସିଏ ଚାହିଁ ଦେଲା..

ନିରୋଳା ସଞ୍ଜ ବେଳଟାରେ

ନିମିଷକ ପାଇଁ ସିଏ

ନିଶବ୍ଦ ଭାଷାରେ କିଛି କହିଦେଲା

ଆ..ହା..

କେଡ଼େ ନିରୀହ ଆଖିରେ ସିଏ ଚାହିଁଦେଲା ।


ମନ ମୋର ଉଛୁଳା ନଈଟେ

ଗତି ତା'ର ନିହାତି ପ୍ରଖର

ହେଲେ ତା'ର ଆଖି ପଲକରେ

କିଛି କ୍ଷଣ ହୋଉ ପଛେ ଅଟକିଲା

ଆ..ହା..

କେଡ଼େ ନିରୀହ ଆଖିରେ ସିଏ ଚାହିଁଦେଲା

ନିରୋଳା ସଞ୍ଜ ବେଳଟାରେ..

ଛାତି ତଳ ଅଛୁଆଁ ଜାଗାକୁ ସିଏ ଛୁଇଁଦେଲା..।

 

ଓଠ ତା'ର..ନିହାତି ବୋକିଟେ..

ଜାଣେ ନାହିଁ ଜମା କଥା କହି

ଆଖି ତାର ନିହାତି ସରଳ

ସବୁ କହେ...କିଛି କହେ ନାହିଁ..।


ସେଇଥି ପାଇଁ ବୋଧେ

ଅନ୍ଧାରୁଆ ଆଖି କଜଳରେ

ପାହାନ୍ତିଆ ଚିଠି ଖଣ୍ଡେ ଲେଖିଦେଲା


ଆ..ହା..

ନିରୋଳା ସଞ୍ଜ ବେଳଟାରେ..

ନିରୀହ ଆଖିରେ ସିଏ ଚାହିଁ ଦେଲା

ନିଶବ୍ଦ ଭାଷାରେ ସିଏ

ଅକୁହା କଥାରୁ କିଛି କହି ଦେଲା

ନିହାତି ଅଜଣା ହୋଇ,

ଆପଣା ଆପଣା ଯାହା ହେଇଗଲା।

ଆ..ହା...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance