କଳଙ୍କିତ
କଳଙ୍କିତ
ମୋ ଲୁହର କାରଣ
ଖୋଜନା ମୋ କେଉଁ ପାପରେ
ମୋ ଛାତିର ଶ୍ରାବଣ ଥମେନା
କେଉଁ ବସନ୍ତରେ
ଭଙ୍ଗାରୁଜା ମୁଁ ,
ଭାଙ୍ଗୁଥାଏ ମୋରି ଭିତରେ
ଅହରହ ସହସ୍ର ଖଣ୍ଡରେ
ମୋ ଆପଣା ଲୁହର ବୋଝରେ।
ମୋ ଦେହର ଲୋମେ ଲୋମେ
କଳଙ୍କ ର କୋଟି ଉପନ୍ୟାସ
ମୋ ମନର ବନ୍ଦୀ ଘରେ
ପ୍ରତି କ୍ଷଣ ପାଉଥାଏ
କୋଟି କୋଟି ପାପ ଜୀବନ୍ୟାସ
ବିବେକ କୁ ଫାଶୀ ଦେଇ
ଲେଖି ଚାଲେ ମୁଁ ନିଜେନିଜ ଇତିହାସ।
ପ୍ରେମର ତଣ୍ଟି ଚିପିଟାଙ୍ଗିଦିଏ କଦମ୍ବ ଗଛରେ
ପାପର ମଧୁଶାଳେ ମୁଁ ଆକଣ୍ଠ କାଦମ୍ବରି ଭରେ
ରୋମାଞ୍ଚେ ପୁଲକେ ଶିହରେ
ମୁଁ ନିଜେ ନିଜର ଆର୍ତ୍ତ ଚିତ୍କାରେ।
ଧାଇଁ ଧାଇଁ ଲୁଚିଯାଏ
ଦୁନିଆ ର ନଜରରୁ ଅନେକ ଦୂରରେ
ମୁଁ ନିଜର କଳଙ୍କ ଭିତରେ।
ବର୍ଷ ବର୍ଷ ପୁରୁଣା ଦେହେ ମୋ
ସତେଯୁଗ ଯୁଗ ଜମାଟ ଶିଉଳି
ଲାଖି ନାହିଁ ଗୋଟିଏ ବିସବୁ ଖସି
ପଡ଼ି କଳଙ୍କିତ
ଲକ୍ଷ ଲକ୍ଷ ସପନ ସେଫାଳି
ନିରୁଦ୍ଧିଷ୍ଟ ମୋ ନର୍କର ଠିକଣା ସହ
ହଜିଛି ମୋ ପୁଣ୍ୟର ତାଲିକା
ମୋ ପାପର ଲାଲ ସାଗରରେ
ବୁଡ଼ିଛି ମୋ ମନର ନାୟିକା
ମୋ ଲୁହର ଓଜନ ମାପନା
କେହି କେବେ ମାପ ଦଣ୍ଡ ଧରି
ମୋ ପାପର କାରଣ ଖୋଜନା
କଳଙ୍କିତ ଅତୀତ ମୋ ଚିରି
ଚାଲି ଯାଅ ଚାଲି ଯାଅ ମୋ ଆଖିରୁ ଦୁରେ ଲିଭିଯାଅ
ଛାଡ଼ିଦେଇ ମତେ ମୋର
ଭଗ୍ନତାର ସାଥେ
ମୋ ନିଜର କଳଙ୍କିତ ନଗ୍ନତାର ପଥେ।
