STORYMIRROR

Girija Prasanna Prusty

Abstract Others

3  

Girija Prasanna Prusty

Abstract Others

ମୁଠାଏ ମାଟି

ମୁଠାଏ ମାଟି

1 min
400


ସମୟର ଶୁଖିଲା ନଦୀରେ

ଭାସୁଥିବା ଜୀବନ୍ତ ଶବ ଗୁଡ଼ା ବି

ଏବେ ମୃତ୍ୟୁ ମାଗିଲେଣି...

ନିଜକୁ ନିଜେ ସମ୍ଭାଳିବା ଶିଖିଗଲା ପରେ

ଅନିଦ୍ରା ହୋଇ ମରିଯାଇଥିବା ଅନେକ ରାତି..

କବରରୁ ମୁଁହ କାଢ଼ି ..ନିଦ ମାଗିଲେଣି...।

ତା ଛାତିର ଚିକ୍କଣ ଗଡ଼ାଣିରେ

ଖସିପଡ଼ି ଭାଙ୍ଗିଥିବା ସବୁ ଚୁମ୍ବନ..

ତା ନାଭିର ସୂକ୍ଷ୍ମ ଗଙ୍ଗାରେ ଏବେ,ମୁକ୍ତି ମାଗିଲେଣି...


କିଏ ଜାଣେ ବିପ୍ଳବ କେବେ ଆସିଯିବ

କିଏ ଜାଣେ ସବୁ କିଛି କେବେ ଜଳିଯିବ

ଫୁଲର ଓଠରେ ଦେଖି ଧାରୁଆ ଭୁଜାଲି

ଏବେ ମୌସୁମୀର ପ୍ରତି ଜଳ ବୁନ୍ଦା,ନିଆଁ ମାଗିଲେଣି।

କାଶତଣ୍ଡି ଆଘାତରେ ବାଲୁକା ବେଳାରେ ପଡ଼ି..

ତଣ୍ଟି ସୁଖା ଝଡ଼ ଗୁଡ଼ା, ସମୁଦ୍ରକୁ ପାଣି ମାଗିଲେଣି ।

ମୁଁ ତ ଏବେ ଏବେ ବାହାରିଛି ପ୍ରେମ କରିବାକୁ

ମୋ ପୂର୍ବରୁ କେତେ ଯେ ପ୍ରେମିକ..

ପ୍ରେମର ଅମୃତ ପିଇ, ବିଷ ମାଗିଲେଣି ।


ଡରିବାର କିଛି ନାହିଁ,ଯେତେ ଯାଏଁ ମାଟି ଅଛି ପୃଥିବୀରେ

କୁଡ଼ିଆ ହୋଉ କି ରାଜା ମହଲ

ଭାବିବାରେ କିଛି ନାହିଁ,ଯେବେ ଯାଏଁ ଛାଇ ଅଛି ମୁଣ୍ଡପରେ...

କୁଣ୍ଢେଇ ଧରିଥିବି ମାଟିକୁ

ମୁଠାଏ ମାଟି ପାଇଁ

ବୁହେଇବି ରକ୍ତର ନଈ

ଜାଣିଛ...?

ପାଦ ଥୋଇବାକୁ...

ଏବେ ଆକାଶର ଗରିବ ତାରାଏଁ

ମୋ ପୃଥିବୀକୁ ମାଟି ମାଗିଲେଣି...!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract