ମୁଁ ନିଜେ
ମୁଁ ନିଜେ
1 min
213
ସିଏ ଆରମ୍ଭର ଦୁଇଟି ପଂକ୍ତି,,
ମୋ କବିତାର
ବାକି ସବୁ ପଂକ୍ତି ମୁଁ ନିଜେ l
ସିଏ ଜମା ଦୁଇଟି କାକର ବିନ୍ଦୁ,
ମୋ ଦୁଇ ଆଖିର,
ବାକି ସବୁ ଲୁହ ଧାର ମୁଁ ନିଜେ l
ସିଏ ଆସ୍ତେକି ଖାଲି ନଖେଇଛି,
ମୋ ହୃଦୟକୁ,
ଟୁକଡ଼ା କରିଥିବା ଲୋକ ମୁଁ ନିଜେ ।
ତାର କଣ ଦୋଷ,,
ସିଏ ତ ଖାଲି ଥରୁଟିଏ ଚୁମିଥିଲା,
ଭଲ ପାଇଥିବା ଲୋକ ତ ମୁଁ ନିଜେ ।
ମୋ ଆଖିରେ ସିଏ ଜମା
ଦୁଇ କପ୍ ଅନ୍ଧାର,
ଶୋଇପଡ଼ିଥିବା ଲୋକ ମୁଁ ନିଜେ ।
ସିଏ ତ ମଳୟର ସ୍ପର୍ଶଟିଏ,,
ସାର୍ଟର ବଟମ୍ ଖୋଲି ପାରିନଥିବା ଲୋକ ମୁଁ ନିଜେ।