STORYMIRROR

Girija Prasanna Prusty

Others

3  

Girija Prasanna Prusty

Others

ମୋ କାମ

ମୋ କାମ

1 min
300

ବଂଶୀର କାମ ତ ଝୁରିବା

ନୁପୁରର କାମ ଝୁରେଇବା

ମାଟିର କାମ ଭିଜିଯିବା

ମେଘର କାମ ଭିଜେଇବା

କାହାର କାମ ଭୁଲିଯିବା

କାହାର କାମ ଭାବି ହେବା

କିଏ ଏଠି ସଙ୍ଖା ଦିପଟ

କିଏ ଏଠି ମୟୂର ଚନ୍ଦ୍ରିକା


ସୀମା ଏଠି କିଛି ହେଲେ ନାହିଁ

ସୀମାରେଖା ପ୍ରତି ପାଦେପାଦେ

ସୀମା ଡେଇଁ ଉଦ୍ଧତ ପ୍ରେମ

ନିଜ ତୀରେ ନିଜକୁ ହିଁ ଭେଦେ

ପ୍ରେମର କାମ ତ ଚୁମ୍ବନ

ପ୍ରେମୀ ପାଇଁ ପୁଳେ ଅଭିମାନ

ବର୍ବର ସମାଜର କାମ

ଉର୍ବର ଦଣ୍ଡ ବିଧାନ


ମନର କାମ ତ ମାନିଯିବା

ଆଖିର କାମତ ବୁଜିଯିବା

ଯିଏ ଯାହା କୋହୁ

ଯିଏ ଯାହା ଭାବୁ

ତା'ର ତ କାମ ହସିଦବା

ମୋ'ର କାମ ତ ମରିଯିବା....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍