STORYMIRROR

Gouri Panda

Abstract Others

3  

Gouri Panda

Abstract Others

କହେ ବରଷା

କହେ ବରଷା

1 min
362

ରିମଝିମ୍ ବରଷାରେ

ମଜା ଅଛି ଭିଜିବାରେ। 

ଆସ ସାଥି ଭିଜିଯିବା

ମଜା କିଛି ସାଉଁଟିବା। 

ସେ ମଜାକୁ ହୃଦୟ ରେ 

ସାଇତିବା ପ୍ରେମ ଡୋରେ। 

ଫେରିବନି ଏ ବରଷା 

ଭିଜାଭିଜା ପ୍ରେମ ନିଶା। 

ଆସ ଆମେ ଭିଜିଯିବା

ମତୁଆଲା ହୋଇଯିବା। 

ମାଦକତା ପ୍ରେମ ଭରେ

ନିଆଁ ଲାଗେ ଶ୍ରାବଣ ରେ। 

ସେ ନିଆଁରେ ଧୂଆଁ ନାହିଁ 

ହେଲେ ବାଟ ଦିଶେ ନାହିଁ। 

ପ୍ରେମୀ ହଜେ ସେ ବାଟରେ

ହଟହଟା ଦୁନିଆରେ। 

ଦଗା ଦିଆ ଏ ଵରଷା। 

ଢାଳିଦିଏ ପ୍ରେମ ନିଶା। 

ଏ ନିଶାରେ ଯିଏ ଢଳେ

ତା, ଜୀବନ ପୁରା ଜଳେ। 

ହେଲେ ଆମେ ଜଳିବାନି 

ବରଷାରେ ଭିଜିବାନି। 

ବରଷାର ମଜାନେବା

ଖୁସି ଟିକେ ହାତେଇବା। 

ଆସୁଥାଉ ଏ ଶ୍ରାବଣ 

ଶାନ୍ତି କରୁ ଧରା ମନ। 

ବଞ୍ଚିବାର ଏକ ରାହା 

ବର୍ଷା ବିନା ସୃଷ୍ଟି ସ୍ବାହା। 

ଶ୍ରାବଣର ଏ ବରଷା 

ପୂର୍ଣ୍ଣ କରୁ ଚାଷୀ ଆଶା। 

ଧନ, ଧାନ୍ୟେ ପୂର୍ଣ୍ଣ ହେଉ

ଏ ଜଗତ ସୁଖେ ରହୁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract