STORYMIRROR

Paleswar Sunani

Abstract Inspirational

3  

Paleswar Sunani

Abstract Inspirational

ଅରଣ୍ୟ

ଅରଣ୍ୟ

1 min
500

ପ୍ରକୃତିର ଏକ ଅମୂଲ୍ୟ ସମ୍ପଦ

ଅରଣ୍ୟ ଯାହାର ନାଆଁ

ତାହାରି ଲାଗି ତୋ ଶୋଭା ପାଉଅଛି

ଆମରି ଧରଣୀ ମାଆ

ବୃକ୍ଷ ରାଜି ଲତା, ଲଟା ବୁଦା ଗୁଳ୍ମ

ଅଛି ଯେ ଅନେକ ଏଠି

ବନ୍ୟ ଜନ୍ତୁ ପ୍ରାଣୀ , ପକ୍ଷୀ ସରିଶୃପ

ସମସ୍ତେ ଏଠି ଏକାଠି

ପାହାଡ଼ ବୁକୁ ଚିରି ଦେଇ ସେତୋ

ବହିଯାଏ ନିର୍ଝରିଣୀ

କଳକଳ ନାଦ ଅବାରିତ ଧାର

ମନକୁ ନିଏ ଯେ ଟାଣି

ପଞ୍ଚମ ସ୍ଵରରେ କୋଇଲିର ଗୀତ

କି ମଧୁର ସୁରେସୁରେ

ସତେ କି ଧରଣୀ ବୀଣା ବଜାଉଛି

ନିଜ କର ପଲ୍ଲବରେ

ନାନା ଦି ରଙ୍ଗର କୁସୁମ ଫୁଟାଇ

କୁରେ ଫୁଲ ବଣ ମଲ୍ଲୀ

ତାହାର ବାସକୁ ପାଗଳ ପବନ

ନେଇଯାଏ ଟେକି ଧରି

କେତେ ଯେ ଔଷଧ ଦିଏ ସେ ଆମକୁ

ତାହାର କଳ ନା ନାହିଁ

ବିଜ୍ଞାନ ଯୁଗର ଏ ଔଷଧ ଗୁଡାକ

ତାହାର ସରି ହେବେନି

ମାନବ ଜାତିକୁ କି ଅବା ଦେଇନି

ଦେଇଛି ଅନେକ କିଛି

ହେଲେ ସେ ମାନବ ଆଜିର ଦାନବ

ଅନେକ କ୍ଷତି କରୁଛି

ପ୍ରକୃତି ଦାନକୁ ଅତିରୁ ଇତି ସେ

ବ୍ୟବହାର କରୁଅଛି

ହେଲେ ସେ ଜାଣିବ ଦିନେ ନା ଦିନେ ବି

ଫଳ ତାର ରହି ଅଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract