STORYMIRROR

Paleswar Sunani

Abstract Inspirational

4  

Paleswar Sunani

Abstract Inspirational

ଅରଣ୍ୟ

ଅରଣ୍ୟ

1 min
310

ପ୍ରକୃତି ର ଏକ ଅମୂଲ୍ୟ ସମ୍ପଦ

ଅରଣ୍ୟ ଯାହାର ନାଆଁ

ତାହାରି ଲାଗି ତୋ ଶୋଭା

ଆମରି ଧରଣୀ ମାଆ

ବୃକ୍ଷ ରାଜି ଲତା, ଲଟା ବୁଦା ଗୁଳ୍ମ

ଅଛିଯେ ଅନେକ ଏଠି

ବନ୍ୟ ଜନ୍ତୁ ପ୍ରାଣୀ ପକ୍ଷୀ ସରୀସୃପ

ସମସ୍ତେ ଏଠି ଏକାଠି

ପାହାଡ଼ର ବୁକୁ ଚିରି ଦେଇ ସେତୋ

ବହିଯାଏ ନିର୍ଝରିଣୀ

କଳ କଳ ନାଦ ଅବାରିତ ଧାର

ମନ କୁ ନିଏ ଯେ ଟାଣି

ପଞ୍ଚମ ସ୍ଵରରେ କୋଇଲି ଗୀତ

କି ମଧୁର ସୁରେ ସୁରେ

ସତେକି ଧରଣୀ ବୀଣା ବଜାଉଛି

ନିଜ କର ପଲ୍ଲବ ରେ

ନାନା ଦି ରଙ୍ଗ ର କୁସୁମ ଫୁଟଇ

କୁରେ ଫୁଲ ବଣ ମଳି

ତାହାର ବାସ କୁ ପାଗଳ ପବନ

ନେଇ ଯାଏ ଟେକି ଧରି

କେତେ ଯେ ଔଷଧ ଦିଏ ସେ ଆମକୁ

ତାହାର କଳନା ନାହିଁ

ବିଜ୍ଞାନ ଯୁଗର ଏ ଔଷଧ ଗୁଡାକ

ତାହାର ସରି ହେବେ ନି

ମାନବ ଜାତିକୁ କିଅବା ଦେଇନି

ଦେଇଛି ଅନେକ କିଛି

ହେଲେ ସେ ମାନବ ଆଜିର ଦାନବ

ଅନେକ କ୍ଷତି କରୁଛି

ପ୍ରକୃତି ଦାନକୁ ଅତିରୁ ଇତି ସେ

ବ୍ୟବହାର କରୁ ଅଛି

ହେଲେ ସେ ଜାଣିବ ଦିନେ ନା ଦିନେ ବି

ଫଳ ତାର ରହିଅଛି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract