ଅବିଶ୍ୱାସି ମଣିଷ
ଅବିଶ୍ୱାସି ମଣିଷ
ସବୁଜ ସୁନ୍ଦର ଘଞ୍ଚ ଅରଣ୍ୟରେ
ଜଳୁଅଛି ନିଆଁ କାଇଁ,
ଗଛ ଲତା ପାଇଁ ଏ ମଣିଷ ଆଜି କାଇଁ
ସ୍ୱାର୍ଥପର କାଇଁ ପାଇଁ l
ଜନ୍ମ ଠାରୁ ଆମ ମଶାଣି ଯାଏଁ ଯେ
ହୋଇଥାଏ ଆମ ସାହା,
ଆଜି କାଇଁ ତାର ନିପାତ ସମୟେ
କେହି ହେଉ ନାଇଁ ଠିଆ l
ଅବିଶ୍ୱାସି ଏ ମଣିଷ ଜାତିଟା
ବିଶ୍ୱାସରେ ଦିଏ ବିଷ,
କାଟି କାଟି ଅଧା ବଣ ପୁଣି ସେହି
କରି ସାରିଥିଲା ଶେଷ l
ଆଜି
ଯାହା ଅଛି ଜଙ୍ଗଲରେ ବୃକ୍ଷ
ଜାଳି ଜାଳି ଯାଏ ନିଆଁ,
ଅସହାୟ ଆଜି ତରୁ ଲତା
ଖୋଜନ୍ତି ବଞ୍ଚିବା ରାହା l
ଆଜି ଏ ମଣିଷ ମାଂସାସୀ ସାଜିଛି
ବୁଝୁନି ସେ ବୃକ୍ଷର ମୂଲ୍ୟ,
ଏ ବୃକ୍ଷ ଦେଉଛି ବାଟଇକୁ ଛାଇ
ଭୋକିଲା ମୁହଁକୁ ଫଳ l
କି ଦିନ ଆସିଲା ଜଙ୍ଗଲ ପୋଡ଼ିଲା
ତରୁ ଲତା ଗଲେ ମରି,
ବୁଝୁନି ଏ ନର ନାଇଁ ତାକୁ ଡର
ସେ ବି ଦିନେ ଯିବ ସରି l