ଧରଣୀ ରାଣୀର ସବୁଜ ଓଢଣୀ (ଘାସ)
ଧରଣୀ ରାଣୀର ସବୁଜ ଓଢଣୀ (ଘାସ)
ଗ୍ରୀଷମ ଋତୁର ଗରମ ତାତିରେ
ଅସହ ହୁଏ ଧରଣୀ
ପ୍ରଭୁଙ୍କ କୃପାରୁ ବରଷା ଆସିଲେ
ଅବନୀ ରେ ପଡ଼େ ପାଣି ।
ଆକାଶରୁ ଖସି ବାରିଧାରା ଗୋଟି
ଭୂମିରେ ପଡ଼ଇ ଆସି
ଜଳର ପରସେ କଅଲି ଉଠେ ମୁଁ
ନୂଆ ଜୀବନ ଲାଭ କରି ।
ଅସହ୍ୟ ତାତି ରେ ପୃଥିବୀ ଉପରୁ
ଯାଇ ଥିଲି ମୁଁ ହଜି
ପୁଣି ବରଷା ବାରି ମୋ ଉପରେ ପଡ଼ି
ନୂଆ ଜୀବନ ଦେଲା ଖଞ୍ଜି ।
ନିରର ପରସେ ଉଠିଲି ସରସେ
ଯେପରି କି ଫୁଲ କଢ଼ି
ଧରଣୀ ରାଣୀ ର ମଥାରେ ଦେଲି ମୁଁ
ସବୁଜ ଓଢଣା ଟାଣି ।
କଅଲି ଉଠିଲି ବିଭିନ୍ନ ସ୍ଥାନ ରେ
ରାସ୍ତା କଡ ବିଲ ମାଲେ
ଖେଳପଡିଆ ରେ ପର୍ବତ କନ୍ଦରେ
ଆଉ ନଈର କୁଳେ କୂଳେ ।
ଶୀତୁଆ ସକାଳେ କାକର ବିନ୍ଦୁ ଯେ
ମୋ ଉପରେ ପଡ଼ି ଥାଏ
ସୁରଜ କିରଣେ ମୁକୁତା ପରିକା
ଚକ କଚ ଦିଶୁଥାଏ ।
ସାଧବ ବୋହୂ ଯେ ମୋହରି ଉପରେ
ପାଦ ଗଣୀ ଗଣୀ ଚାଲେ
ମଥାରେ ଓଢଣି ହାତରେ କଙ୍କଣ
କାନ ଫୁଲ ତାର ହଲେ ।
ଜନ୍ତୁ ଜୀବ ମାନେ ମୋହରି ଉପରେ
ପଦ ଚାରଣ କରନ୍ତି
ହସ ଖୁସି ସହ ମନ ମଉଜରେ
ନାଚି କୁଦି ବୁଲନ୍ତି ।
ଧରିତ୍ରୀ ରାଣୀ ଯେ ମୋହରି ଯୋଗୁ ସେ
ଦ୍ଵି ଗୁଣିତ ଶୋଭା ପାଏ
ଜନ ମନ ଲୋଭ ଶୋଭା ଗନ୍ତା ଘର
ସିଏ ପାଲଟି ଯାଏ ।
ମାନବ ଶିଶୁ ଯେ ଆଜିର ଯୁଗରେ
ଖେଲୁଅଛି ନାନା ଖେଳ
କ୍ରିକେଟ ଫୁଟୁବଲ୍ ହକି ଆଉ ଟେନିସ
ହୋଇ ସାଙ୍ଗ ସାଥି ମେଳ ।
ଆଜିର ମାନବ କେତେ ସରା ଗରେ
କରୁଛି ମତେ ଯତନ
ଖେଳ ପଡିଆରେ ଆଉ ବଗିଚାରେ
ସରଗେ କରୁଛି ରୋପଣ ।
କିଟ ଓ ପତଙ୍ଗ ବେଙ୍ଗ କି ଝିଂଟିକ
ମୋ ଉପରେ କରନ୍ତି ବାସ
ସେଥି ପାଇ ବୋଧେ ପ୍ରଭୁ ଭଗବାନ
ନାମ ଦେଲେ ମତେ ଘାସ ।
ମୋତେ ଆଶ୍ରା କରି ଅନେକ ଜୀବ ଯେ
ଧରନ୍ତି ତାଙ୍କର ପ୍ରାଣ
ଛେଳି ହାତୀ ଘୋଡ଼ା ମଇଶି ବଳଦ
ଆଉ ଅନେକ ହରିଣ ।
ଏହି ପରି ଭାବେ ଧରା ରେ ସରାଗେ
ପଡିଛି ମୁଁ ପଡ଼ି ଧିବି
ଜନମେ ମରଣେ ସଦା କାଳ ରେ ମୁଁ
ଅବନୀରେ ହି ରହିଥିବି ।
