STORYMIRROR

Er. Prakash Majhi

Abstract Inspirational Others

4  

Er. Prakash Majhi

Abstract Inspirational Others

ବନୀକରଣ

ବନୀକରଣ

1 min
238


ବଣଫଳମୂଳ ଜୀବର ଭୋଜନ

ବୃକ୍ଷ ବକ୍କଳକୁ ବସ୍ତ୍ର

ବୃକ୍ଷକୁଞ୍ଜ ବାସ ଅରଜୁ ସମ୍ପତ

ଫୁଲ ଫଳ କାଠ ପତ୍ର। (୧)

କୋଟିକୋଟି ବୃକ୍ଷ କୋଟିକୋଟି ଗୁଣ

ମିଶି ହୁଏ ଗରୀୟାନ

ବନ ସୁରକ୍ଷିତେ ଲଭଇ ଆମକୁ

ଅଭୟ ଧନ ଜୀବନ। (୨)

ତୁଳସୀ ଓ ବଟ ନିମ୍ବ ଅଶ୍ୱତଥ

ଦିଅଁ ରୂପେ ହୁଏ ପୂଜା

ଆସୁରୀ ମାୟାରେ ବୃକ୍ଷ କାଟି ଆଣି

ପାଉଥାଇ କେତେ ସଜା। (୩)

ଘନ ଜଙ୍ଗଲଟି ବହୁମଙ୍ଗଳତ

ଆମରି କରେ କଲ୍ୟାଣ

ନୂତନ ଜଙ୍ଗଲ ପାଇଁ ବ୍ୟକ୍ତିଚିନ୍ତା

କର ରକ୍ଷଣା ବେକ୍ଷଣ। (୪)

ନକରି ଛେଦନ କରହେ ରୋପଣ

ରଖ କୋଟିଏ ଜୀବନ

ନୂଆ ପ୍ରତିଶ୍ରୁତି ମନେ ବ୍ରତୀ ଆଣୁ

ସଫଳ ବନୀକରଣ। (୫)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract