STORYMIRROR

Er. Prakash Majhi

Others

4  

Er. Prakash Majhi

Others

ସାପ୍ତାହିକ ହାଟ

ସାପ୍ତାହିକ ହାଟ

1 min
262


ଗାଁ ମୁଣ୍ଡର ସେ ଗୋଚର ଜମିରେ

ବସେ ସାପ୍ତାହିକ ହାଟ

ଚାରିଖଣ୍ଡି ମୌଜା ଯେତକ ଜନତା

ହୋଇଥାନ୍ତି ସେଠି ଭେଟ।


ସାନଠାରୁ ବଡ ଜାତି କି ଅଜାତି

ସଭିଙ୍କର ଜମେ ମେଳି

କିଏ ବି ଆସନ୍ତି ବୁଲାବୁଲି ପାଇିଁ

କିଏ ଖୋଜିନିଏ ମାଳି।


ପରିବା ହାଟରେ ନାଁ ସିନା ଡାକ

ମିଳେ ପୁଣି କୁଲା ଝୁଡି

ଘେରି ବସିଥାନ୍ତି କେତେ ବେପାରୀ

ବିକିବାକୁ ପାଣିଚୁଡି।


ଶୁଖୁଆ ମସଲା ଡେକେଚି ତସଲା

ଗଦାଗଦା ହୁଏ ବିକା

ଫଳମୂଳ ଠାରୁ ଅଳତା କୂକୁମ

କେହିକେହି ବିକେ ଶିକା।


ଘରକରଣାଠୁ ପୋଷାକ ଖେଳନା

ସହଜରେ ମିଳେ ସେଠି

ଚା' ଜଳଖିଆ ନିଶାପାଣି ଠାରେ

ଲୋକଙ୍କର ଶୁଭେ ପାଟି।


ବଜାର ଦରଠୁ ହାଟର ଦରଟା

ପ୍ରତିଦିନ ହୁଏ ଶସ୍ତା

ଆଖପାଖ ଚାଷୀ ବେପାର ପାଇିଁକୁ

ଆଣନ୍ତି ପରିବା ବସ୍ତା।


କ୍ରେତା କିଣିଥାଏ ମୂଲଚାଲ କରି

ବିକ୍ରେତା ପାଖରେ ଯାଇ

ନିଜ ଦର କହି ପକାନ୍ତି ହୁରି

ଗରାଖ ଭିଡିବା ପାଇିଁ।


ଅପରାହ୍ନ ଠାରୁ ଆରମ୍ଭ ହୋଇଣ

ସନ୍ଧ୍ୟା ପରେ ହାଟ ଭାଙ୍ଗେ

ମୁଣାରେ ଭରିଣ ଫେରନ୍ତି ଘରକୁ

ପଡୋଶୀ ଲୋକଙ୍କ ସଙ୍ଗେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍