STORYMIRROR

Er. Prakash Majhi

Tragedy Inspirational

4  

Er. Prakash Majhi

Tragedy Inspirational

ଛଟପଟ ଅଲିଅଳି

ଛଟପଟ ଅଲିଅଳି

1 min
252

ଅକାଳରେ ଲିଭେ ଜୀବନ ଦୀପାଳୀ 

ଛଟପଟ ଅଲିଅଳି 

ନାଲି ସିନ୍ଦୁରର ଦାଗ ମହଳଣେ 

ଦେହେ ରକ୍ତ ଛିଟା ବୋଳି। (୧)


ଯୌତୁକ ବ୍ୟାଧିର ଉତ୍କଟ ପୀଡାରେ 

କେଳା ହାତେ ନାଚେ ପ୍ରାଣୀ 

ଯୌତୁକ ରାକ୍ଷସ କ୍ରୁର ଆକ୍ରମଣେ 

ଭୋଗୁଛି ଆଜି ଭଗିନୀ। (୨)


ତମସା ହଟାଏ ଆଲୋକ ରୋଷଣେ 

ଲଭେ ଦିବା ଉଜ୍ଜ୍ୱଳତା 

ସ୍ନେହ ପ୍ରୀତି ମାୟା ଅପସରି ଯାଇ 

ବଢେ ଅର୍ଥ ସର୍ବସ୍ୱତା। (୩)


ଅତୀତ ଆଲୋକ କନ୍ୟାଦାନ ପ୍ରଥା

ଦେବ ରୂପେ ବରେ ବର

ଧାତୁ ଧେନୁ ଭୂମି ଦ୍ରବ୍ୟ ଦାନ କରି

ସ୍ନେହେ-ପ୍ରେମେ ବାନ୍ଧେ ଡୋର। (୪)


ନବୀନ ଦାମ୍ପତ୍ୟ ସୁଖ ସୁବାସିତ 

କ୍ଷଣକେ ହୋଇ ମଳିନ 

ହାତ ଗଣ୍ଠିଟାକୁ ଧନ ଗଣ୍ଠିଲିଟା 

କରଇରେ ଛିନ୍ନଭିନ୍ନ। (୫)


ଅଳୀକ ବସ୍ତୁର ଭେଳିକିରେ କାଳ

ଜୀବନଟା ବିକଳାଙ୍ଗ 

ଯୌତୁକ ରୋଗର ଆରୋଗ୍ୟ ନିଦାନ

ଲୋଡା ସର୍ବ ସହଯୋଗ। (୬)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy